fbpx

ଭାରତୀୟ ନୌସେନାରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଚାକିରି ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଭାରତୀୟ ନୌସେନାରେ ଅନେକ ଗୁଡ଼ିଏ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ଚାର୍ଜମ୍ୟାନ୍‌-୨ ପଦ ପାଇଁ ଅଟେ। ଭାରତୀୟ ନୌସେନା ଚାର୍ଜମ୍ୟାନ୍‌-୨ ର ୩୭୨ ଟି ପଦବୀରେ ନିଯୁକ୍ତି ପାଇଁ ଯୁବକମାନଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରିଛି।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ମେ ୧୫ ରୁ ଆରମ୍ଭ ହୋଇଛି, ଯାହାକି ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ନୌସେନା ଅଫିସିଆଲ୍ ୱେବସାଇଟ୍  joinindiannavy.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ଏଥିପାଇଁ ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍। ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ କିମ୍ବା ରସାୟନ ବିଜ୍ଞାନ କିମ୍ବା ଗଣିତ ସହିତ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ଆବଶ୍ୟକ କିମ୍ବା ଉପଯୁକ୍ତ ଅନୁଶାସନରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ଶୁଳ୍କ: ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୭୮ ଟଙ୍କା ଦେବାକୁ ପଡିବ। ସମସ୍ତ ମହିଳା, ଏସସି, ଏସଟି, PwBD ଏବଂ ESM ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ ରହିଛି।

 

Get real time updates directly on you device, subscribe now.