fbpx

ପରାଜୟ ସହ ଆଇପିଏଲରୁ ବିଦା ହେଲା ଲକ୍ଷ୍ନୌ ଦ୍ୱିତୀୟ କ୍ୱାଲିଫାୟାର ପାଇଁ ମୁମ୍ବାଇର ଯୋଗ୍ୟତା

ଚେନ୍ନାଇ: ଶୋଚନୀୟ ପରାଜୟ ସହ ଆଇପିଏଲରୁ ବିଦା ହେଲା ଲକ୍ଷ୍ନୌ ସୁପର ଜିଆଣ୍ଟସ। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇପିଏଲର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପରକିଙ୍ଗସ ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ଆସନ୍ତା ୨୬ ତାରିଖ ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମୟରେ ଖେଳିବେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ। ଏହି ମ୍ୟାଚର ବିଜେତା ରବିବାର ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ମ୍ୟାଚର ଚେନ୍ନାଇ ସୁପରକିଙ୍ଗସ ସହିତ ଲଢେଇ କରିବ।

ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୮୨ ରନ କରିଥିଲା । ଇଶାନ କିଶାନ ଓ ରୋହିତ ଶର୍ମା ବିଫଳ ହୋଇଥିବା ବେଳେ କାମେରୁନ ଗ୍ରୀନ ସର୍ବାଧିକ ୪୧ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ୍ଲ ହକ ସର୍ବାଧିକ ୪ ଓ ୟାସ ଠାକୁର ୩ ୱିକେଟ ଅକ୍ତିଆର କରିଥିଲେ। ପଛରେ ବ୍ୟାଟିଂ କରି ଲକ୍ଷ୍ନୌ ସୁପରଜିଆଣ୍ଟସ ୧୬.୩ ଓଭରରେ ୧୦୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଦଳ ପକ୍ଷରୁ ମାର୍କସ ଷ୍ଟୋନିସ ସର୍ବାଧିକ ୪୦ ରନ କରିଥିବା ବେଳେ ଅନ୍ୟମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ମୁମ୍ବାଇ ପକ୍ଷରୁ ଆକାଶ ମାଧୱାଲ ସଫଳ ବୋଲର ଭାବେ ୫ ୱିକେଟ ଅକ୍ତିଆର କରିଥିଲେ।

Get real time updates directly on you device, subscribe now.