fbpx

ଜୁନ୍ ପହିଲାରୁ ସାରା ରାଜ୍ୟରେ ବଢ଼ିବ ତାତି: ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ, ୧୫ ତାରିଖ ପରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେଲା ରାଜ୍ୟରେ ପାଣିପାଗର ସ୍ଥିତିରେ ପରବର୍ତ୍ତନ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଦିନ ବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହେଉଛି । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଟପିଛି । ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଅନୁଭବ ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତା ଜୁନ ମାସ ପହିଲାରୁ ରାଜ୍ୟରେ ପୁଣି ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉପକୂଳରେ ତାତି କଲବଲ କରିବ ବୋଳି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ୨ ତାରିଖରୁ ପ୍ରବଳ ତାତି ହେବ । ତାତିର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିବ । ଏଥିସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ।

ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ । ଗତ ୬ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଶ୍ଚିମ ଆଡ଼କୁ ଗତି କରିବାକୁ ଥିବାରୁ ଉପକୂଳରେ ବର୍ଷା ହୋଇପାରେ । ପାଖାପାଖି ୪ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିପାରେ । ତେଣୁ ୧୫ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବନି । ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସମ୍ଭାବନା ନଥବାରୁ ମୌସୁମୀ ପୂର୍ବ ଭାଗକୁ ଅଗ୍ରସର ହେବାର ସମ୍ଭାବନା କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.