fbpx

ଧୋନୀଙ୍କ ସହ ହୋଇଗଲା ଧୋକା? ଫାଇନାଲ ପୂର୍ବରୁ ଚମ୍ପିଆନ ଦଳ ଘୋଷଣା!

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲକୁ ନେଇ ଏବେ ଉତ୍ସାହ ଆହୁରି ବଢିଯାଇଛି । ମେ” ୨୮ ତାରିଖ ରବିବାର ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ବର୍ଷା ଯୋଗୁଁ ଏହା ବାଧାପ୍ରାପ୍ତ ହୋଇ ରିଜର୍ଭ ଡେ”(ମେ’ ୨୯) ତାରିଖରେ ଖେଳାଯିବ । ଆଜିର ଏହି ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । କିନ୍ତୁ ମ୍ୟାଚ ଖେଳାଯିବା ପୂର୍ବରୁ ସିଏସକେ ଅଧିନାୟକ ଧୋନୀଙ୍କ ସହ ହୋଇଯାଇଛି ଏକ ବିରାଟ ଧୋକା । ମ୍ୟାଚ ଖେଳାଯିବା ପୂର୍ବରୁ ହିଁ ଚେନ୍ନାଇକୁ ରନର୍-ଅପ୍ ବୋଲି ଘୋଷଣା କରାଯାଇଛି । ଯାହା ପରେ ଫାଇନାଲ ମ୍ୟାଚକୁ ନେଇ ଫିକ୍ସିଂର କଥା ମଧ୍ୟ ଜୋର ଧରିଛି ।

Hardik has to take a lot of credit..': Sunil Gavaskar praises GT skipper  before IPL 2023 final | Mint

ବର୍ଷା ଯୋଗୁଁ ଟସ୍ କାର୍ଯ୍ୟକ୍ରମରେ ବିଳମ୍ବ ହେଉଥିବା ବେଳେ ଏକ ଘଟଣା ଚେନ୍ନାଇ ଫ୍ୟାନ୍ସଙ୍କୁ ଝଟକା ଦେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ଖେଳାଯିବାର ସୂଚୀ ରହିଛି । କିନ୍ତୁ ଏହାପୂର୍ବରୁ ବର୍ଷା ମ୍ୟାଚ ଉପରେ ଏକ ବଡ ସମସ୍ୟା ହୋଇ ରହିଛି । ତେବେ ମ୍ୟାଚ ପାଇଁ ବିଳମ୍ବ ହେଉଥିବା ବେଳେ ଏଲଇଡି ସ୍କ୍ରିନରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି । ଏହି ବର୍ଷା ସମୟରେ ବିଗ୍ ସ୍କ୍ରିନରେ ‘ରନର୍-ଅପ୍ ଚେନ୍ନାଇ ସୁପର କିଙ୍ଗସ’ ଲେଖାଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଫଟୋକୁ ନେଇ ଖୁବ ଆଲୋଚନା ହେବା ଆରମ୍ଭ କରିଛି । ଆଇପିଏଲ-୨୦୨୩ର ଫାଇନାଲ ମ୍ୟାଚ ଫିକ୍ସିଂ ହୋଇଥିବା ଦାବି କରୁଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ପ୍ରଶଂସକ ଏହି ଫଟୋକୁ ପୋଷ୍ଟ କରିବା ସହ ୟୁଜରମାନେ ପ୍ରଶ୍ନ କରିଛନ୍ତି, ଆଇପିଏଲ ଫାଇନାଲର ମହାମୁକାବିଲା ଫିକ୍ସ ହୋଇଛି କି?

ତେବେ ପ୍ରକୃତ ଘଟଣା ହେଉଛି ଯଦି ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ ଖେଳା ନ ଯାଏ, ତେବେ ନିୟମ ଅନୁସାରେ ଗୁଜୁରାଟକୁ ଚମ୍ପିଆନ ଭାବରେ ଘୋଷଣା କରାଯିବ । କାରଣ ଲିଗ ପର୍ଯ୍ୟାୟରେ ଗୁଜୁରାଟ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । କିନ୍ତୁ ଫାଇନାଲରେ ଗୁଜୁରାଟ ଅପେକ୍ଷା ଚେନ୍ନାଇକୁ ଚମ୍ପିଆନ ହେବାର ପ୍ରବଳ ଦାବିଦାର ବୋଲି କୁହାଯାଉଛି । ଆଜି ଆଇପିଏଲ ଫାଇନାଲ ରିଜର୍ଭ ଡେ’ରେ ଏହି ମହାମୁକାବିଲା ଖେଳାଯିବ ।

Get real time updates directly on you device, subscribe now.