fbpx

ସରକାରୀ କର୍ମଚାରୀମାନଙ୍କୁ ମିଳିବ Uber ସର୍ଭିସ୍, ଟ୍ୟାକ୍ସି ସେବା ପାଇଁ GeM ପୋର୍ଟାଲ ସହିତ ଚୁକ୍ତିନାମା

ନୂଆଦିଲ୍ଲୀ: ଆପ୍ ଆଧାରିତ କ୍ୟାବ୍ ସେବା ପ୍ରଦାନକାରୀ ଉବର ଏକ ସରକାରୀ କ୍ରୟ ପୋର୍ଟାଲ୍ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (GeM) ସହିତ ସହଭାଗୀ ହୋଇଛି । ଏହା ଅଧୀନରେ ଖୁବ ଶୀଘ୍ର ମନ୍ତ୍ରଣାଳୟ, ସରକାରୀ ବିଭାଗ, ଏଜେନ୍ସି ଏବଂ ପବ୍ଲିକ ସେକ୍ଟର ୟୁନିଟର କର୍ମଚାରୀମାନେ ସରକାରୀ ଉଦ୍ଦେଶ୍ୟରେ ଉବରରୁ ଟ୍ୟାକ୍ସି ବୁକ୍ କରିପାରିବେ ।

ଟେଷ୍ଟିଂ ଆରମ୍ଭ ହୋଇଛି :-
ଜଣେ ଅଧିକାରୀ କହିଛନ୍ତି ଯେ, “ଏହା ଏକ କର୍ପୋରେଟ୍ ସେବା ପରି ହେବ । ବର୍ତ୍ତମାନ ଆମେ ଏହି ସେବା ଏକ ପରୀକ୍ଷା ଭାବରେ ଆରମ୍ଭ କରିଛୁ ଏବଂ ଧୀରେ ଧୀରେ ଏହା ସମସ୍ତ ମନ୍ତ୍ରଣାଳୟ, ସରକାରୀ ବିଭାଗ, ଏଜେନ୍ସି ଏବଂ ପିଏସୟୁ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ । ଆମେ ଏହାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରିବାକୁ ଯୋଜନା କରୁଛୁ । ”

ବୁକିଂ ବାତିଲ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ :-
କମ୍ପାନୀ ଏକ ନିର୍ଦ୍ଦିଷ୍ଟ ହାରରେ ସେବା ଯୋଗାଇବ ଏବଂ ବୁକିଂ ବାତିଲ ପାଇଁ କୌଣସି ଅତିରିକ୍ତ ଦେୟ ଆଦାୟ ଦେବାକୁ ପଡ଼ିବ ନାହିଁ । କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର କର୍ମଚାରୀଙ୍କ ଦ୍ୱାରା ସାମଗ୍ରୀ ଏବଂ ସେବା କ୍ରୟକୁ ସୁଗମ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୬ ରେ GeM ପୋର୍ଟାଲ୍ ଆରମ୍ଭ କରାଯାଇଥିଲା ।

ସରକାରୀ ବିଭାଗରେ ଟ୍ୟାକ୍ସିର ଚାହିଦା ବଢ଼ୁଛି ଏବଂ ସମସ୍ତ ବିଭାଗ ଏହି ଆଇଟମ୍ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି କିନ୍ତୁ ବର୍ତ୍ତମାନ ଏହି ସେବା ବ୍ୟବହାର କରି ସେମାନେ ବହୁତ ସଞ୍ଚୟ କରିବାକୁ ସମର୍ଥ ହେବେ । ପୋର୍ଟାଲରେ ସର୍ବାଧିକ ଚାହିଦା ଦୃଷ୍ଟିରୁ କ୍ୟାବ ଏବଂ ଟ୍ୟାକ୍ସି ସେବା ଦ୍ୱିତୀୟ ବୃହତ୍ତମ ବର୍ଗ ହୋଇପାରିଛି ।

Get real time updates directly on you device, subscribe now.