fbpx
BSKY
BJD SHG SKY
BJD YOUTH SKY

୩.୩୧ ଲକ୍ଷ କୋଟି ଡଲାର ମୂଲ୍ୟ ସହିତ ଭାରତ ହେଲା ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍‌

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଲଗାତାର କିଛି ଦିନ ହେବ ଉତ୍ସାହ ଜାରି ମିଳିଛି। ସୋମବାର ବଜାର ଖୋଲିବା ପରେ ମଧ୍ୟ ନିବେଶକମାନଙ୍କ ମଧ୍ୟରେ ଏହି ଉତ୍ସାହ ଦେଖିବାକୁ ମିଳିଥିଲା। ଫଳସ୍ୱରୁପ ଭାରତ ପୁଣିଥରେ ବିଶ୍ୱର ପଞ୍ଚମ ବୃହତ ସେୟାର ବଜାର ପାଲଟିଛି। ଗତ ଜାନୁଆରୀରେ ଭାରତ ଏହି ସ୍ଥାନରୁ ତଳକୁ ଖସି ଆସିଥିଲା । ବର୍ତ୍ତମାନ ଆଦାନୀ ସମୁହର ସେୟାର ଗୁଡ଼ିକର ମୂଲ୍ୟରେ ବୃଦ୍ଧି କାରଣରୁ ଭାରତ ପୁଣି ଉପରକୁ ଉଠିଛି ।

ବର୍ତ୍ତମାନ ଭାରତୀୟ ମାର୍କେଟ୍ କ୍ୟାପ୍‌(ପୁଞ୍ଜି ବଜାର) ୩.୩୧ ଟ୍ରିଲିୟନ ଡଲାର(୩ ଲକ୍ଷ କୋଟି ଡଲାର) ଅଛି । ଚଳିତ ବର୍ଷ ଆରମ୍ଭରେ ଭାରତୀୟ ପୁଞ୍ଜି ବଜାରରେ ୩୩୦ ଆରବ ଡଲାର ବୃଦ୍ଧି ହୋଇଥିଲା । ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା ୪୪.୫୪ ଟ୍ରଲିୟନ ମାର୍କେଟ୍ କ୍ୟାପ ସହିତ ଶିର୍ଷରେ ରହିଛି । ଏହା ପଛକୁ ଚୀନ୍ ୧୦.୨୬ ଟ୍ରଲିୟନ ଡଲାର ମାର୍କେଟ୍ କ୍ୟାପ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଜାପାନ ୫.୬୮ ଟ୍ରଲିୟନ ଡଲାର ମାର୍କେଟ୍ କ୍ୟାପ ସହିତ ତୃତୀୟ ସ୍ଥାନରେ ରହିଛି । ଏହା ପଛକୁ ୫.୧୪ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି ହଂଙ୍ଗକଂଙ୍ଗ । ସେହିଭଳି ୩.୨୪ ଟ୍ରଲିୟନ ଡଲାର ମାର୍କେଟ୍ କ୍ୟାପ ସହିତ ଫ୍ରାନ୍ସ ଷଷ୍ଠ ସ୍ଥାନରେ ରହିଛି ।

ଭାରତୀୟ ଇକ୍ୱିଟି ବଜାରରେ ୨୮ ମାର୍ଚ୍ଚରୁ ଉତ୍ସାହ ଦେଖିବାକୁ ମିଳିଥିଲା । ଦେଶରେ ଆର୍ଥିକ ସ୍ଥିତି ସୁଧୁରିବା ସହିତ ବିଦେଶୀ ନିବେଶକଙ୍କ କିଣିବିକା ମଧ୍ୟ ବଢିଥିଲା । ଗତ ଦୁଇ ମାସରେ ଭାରତୀୟ ଇକ୍ୱିଟି ବଜାରରେ ବିଦେଶୀ ନିବେଶକମାନେ ପ୍ରାୟ ୬.୩ ଆରବ ଡଲାରର କିଣାବିକା କରିଛନ୍ତି ।

Get real time updates directly on you device, subscribe now.