ଶରୀରକୁ ସୁସ୍ଥ ରଖିବା ପାଇଁ ବିବାହିତ ପୁରୁଷମାନେ ଖାଆନ୍ତୁ ଏହି ୩ ଜିନିଷ: ଜାଣନ୍ତୁ କ’ଣ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ମୋଟା ହେବାରେ ଲାଗିଛନ୍ତି । ବାହାଘର ପରେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ପୁରୁଷ ଚାହାଁନ୍ତି। କାହିଁକି ନା ଫିଟ ରହିବା ଦ୍ୱାରା ଶରୀରରେ ଦୁର୍ବଳ ଅନୂଭବ ହୋଇନଥାଏ, ଫଳରେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏହି କାରଣରୁ ଆଜିକାଲିର ବ୍ୟସ୍ତ ଜୀବନ ଭିତରେ ଲୋକମାନେ ନିଜକୁ ଫିଟ୍ ରଖିବାକୁ ଚାହାଁନ୍ତି । ଖାସ୍ କରି ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।

ଏପରି ପରିସ୍ଥିତିରେ ୩ଟି ଜିନିଷ ଖାଇବା ଦ୍ୱାରା ପୁରୁଷଙ୍କୁ ଅଦ୍ଭୁତ ଫାଇଦା ମିଳିଥାଏ। ଏହି ୩ଟି ଜିନିଷ ଆପଣଙ୍କୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ବି ରକ୍ଷା କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ଓ ଶକ୍ତି ବଢ଼ିଥାଏ। କାହିଁକି ନା, ଏଥିରେ ପ୍ରୋଟିନ୍, ପୋଟାସିୟମ୍ ଓଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ପୁରୁଷଙ୍କ ପାଇଁ ଉପକାରୀ।

ଦେଶୀ ଘିଅ:- ଦେଶୀ ଘିଅ ଏପରି ଏକ ଦେଶୀ ଖାଦ୍ୟ, ଯାହାକି ପ୍ରାୟ ପ୍ରତ୍ୟେକ ଘରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଘିଅ ଖାଇବା ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ଏହିପରି ଅନେକ ପୋଷକ ତତ୍ତ୍ୱ ଘିଅରେ ମିଳିଥାଏ, ଯାହା ପୁରୁଷମାନଙ୍କ ପାଇଁ ଜରୁରୀ।ଘିଅରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ସେକ୍ସୁଆଲ ହେଲଥକୁ ବଢ଼ାଇବା ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଶରୀରର ହାଡଗୁଡ଼ିକ ଶକ୍ତିଶାଳୀ କରିଥାଏ। ସେଥିପାଇଁ ପୁରୁଷମାନଙ୍କୁ ସବୁବେଳେ ଘିଅ ଖାଇବାକୁ ପରାମର୍ଶ ଦିଆଯାଏ।
ବୁଟ:- ବୁଟ ବି ଏକ ସାଧାରଣ ଖାଦ୍ୟ ଯାହା ପ୍ରତ୍ୟେକ ଘରେ ମିଳିଥାଏ । ପୁରୁଷମାନଙ୍କୁ ଏହା ଅନେକ ଫାଇଦା ଦେଇଥାଏ । ଯଦି ଆପଣ ପ୍ରତିଦିନ ସକାଳେ ମୁଠାଏ ବୁଟ ଖାଆନ୍ତି, ତେବେ ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିଥାଏ । ପୁରୁଷ ଶକ୍ତି ବୃଦ୍ଧିରେ ବୁଟ ସହାୟକ ହୁଏ । ଦୁର୍ବଳ ପୁରୁଷଙ୍କ ପାଇଁ ଡାକ୍ତରମାନେ ମଧ୍ୟ ବୁଟ ଖାଇବାକୁ ପରାମର୍ଶ ଦିଅନ୍ତି କାରଣ ଡାକ୍ତରୀ ରିସର୍ଚ୍ଚ ହିସାବରେ ମଧ୍ୟ ପ୍ରକାଶ ପାଇଛି ଯେ, ଦୈନିକ ବୁଟ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରକୁ ଜବରଦସ୍ତ ଫାଇଦା ମିଳିଥାଏ । ତେଣୁ ପୁରୁଷମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଛି ।
କଦଳୀ:- କଦଳୀ ଏପରି ଏକ ଫଳ, ଯାହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ପୁରୁଷମାନେ ନିଜକୁ ଫିଟ୍ ଓ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସେମାନେ ନିୟମିତ ଭାବରେ କଦଳୀ ଖାଇବା ଉଚିତ୍ । କାରଣ କଦଳୀରେ ବ୍ରୋମେଲାଇନ୍ ଏନଜାଇମ୍ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରରେ ଶକ୍ତିହୀନତା ଓ ଏନଜାଇମ୍ ଲିବିଡୋକୁ ବଢ଼ାଇଥାଏ । କଦଳୀ ଖାଇବା ଦ୍ୱାରା ପୁରୁଷଙ୍କ ଶରୀର ଶକ୍ତିଶାଳୀ ହୋଇଥାଏ ଓ ଶରୀରରେ ଫିଟନେସ୍ ବଜାୟ ରହେ । ଏପରି ପରିସ୍ଥିତିରେ ପୁରୁଷମାନଙ୍କୁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଛି । ଆପଣ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ନିହାତି ଜରୁରୀ ।