fbpx

ସୁସ୍ଥ ଜୀବନ ପାଇଁ ତମାଖୁକୁ କରନ୍ତୁ ନା, ଜାଣନ୍ତୁ ଏଥିରେ କଣ ଅଛି ଯାହା ଦ୍ୱାରା ଲୋକେ ଏହାକୁ ଛାଡିପାରୁନାହାନ୍ତି

ଭୁବନେଶ୍ୱର: ଦେଶ ତଥା ବିଶ୍ୱରେ ତମାଖୁ ସେବନ କରି ଲକ୍ଷ ଲକ୍ଷ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଅନ୍ୟପଟେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଏହି ତମାଖୁ ପାଇଁ ମଧ୍ୟ ବୃଦ୍ଧି ଘଟୁଛି । ତେଣୁ ଏହାକୁ ଲୋକମାନଙ୍କ ଠାରୁ ଛଡାଇବା ପାଇଁ ଆଜି ରାଜ୍ୟ ତଥା ଦେଶରେ ପାଳିତ ହେଉଛି ତମାଖୁ ବର୍ଜନ ଦିବସ । ଲୋକମାନଙ୍କୁ ଏହି ଦିଗରେ ସଚେତନ କରାଇବା ଏବଂ ତମାଖୁ ବର୍ଜନ ପାଇଁ ଉତ୍ସାହିତ କରିବା ଏହି ଦିବସର ଲକ୍ଷ୍ୟ । ତେବେ ଆସନ୍ତୁ ଜାଣିବା ତମାଖୁରେ ଏମିତି କେଉଁ ଜିନିଷ ଅଛି ଯାହା ଲୋକେ ଥରେ ଅଭ୍ୟାସ କଲେ ଆଉ ଛାଡିପାରନ୍ତିନି । ଯାହା ଫଳରେ କର୍କଟ ରୋଗରେ ଆକ୍ରାନ୍ତ ହେବାକୁ ପଡେ ।
ତମାଖୁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ଏହା ଲେଖାଯିବା ଏବଂ କୁହାଯିବା ସତ୍ତେ୍ୱ ଲୋକେ ସଚେତନତା ଅବଲମ୍ବନ କରୁନାହାନ୍ତି । ବହୁଲୋକେ ଏହାଠାରୁ ଦୂରେଇ ପାରୁନାହାନ୍ତି ମଧ୍ୟ । ବାସ୍ତବରେ, ତମାଖୁରେ ନିକୋଟିନ୍ ନାମକ ଏକ ନିଶା ପଦାର୍ଥ ରହିଥାଏ, ଯାହା ଶରୀରରେ ଡୋପାମାଇନ୍ ନାମକ ଏକ ହରମୋନ୍ ମୁକ୍ତ କରିଥାଏ, ଯାହା ଆପଣଙ୍କୁ ଖୁସି କରିଥାଏ। ଏହା ମସ୍ତିଷ୍କରେ ପହଞ୍ଚିବା ପାଇଁ ୧୦ ସେକେଣ୍ଡ ଲାଗେ। ସେଥିପାଇଁ ଯେଉଁମାନେ ଅଧିକ ଚାପରେ ଅଛନ୍ତି ସେମାନେ ଅଧିକ ସିଗାରେଟ୍ ଏବଂ ତମାଖୁ ଖାଆନ୍ତି।

ତମାଖୁ ଖାଇବା ଦ୍ୱାରା କେବଳ ଗଳା ଏବଂ ପାଟି କର୍କଟ ହୁଏ ନାହିଁ, ଏହା ଫୁସଫୁସକୁ ମଧ୍ୟ ଖରାପ କରିଥାଏ। ଏହା ବ୍ୟତୀତ ତମାଖୁ ମଧ୍ୟ ହୃଦଘାତ ଜନିତ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ମସ୍ତିଷ୍କ ଆକ୍ରମଣ, ଷ୍ଟ୍ରୋକ୍ ଏବଂ ହୃଦଘାତର ଆଶଙ୍କା ବଢ଼ାଇଥାଏ। ତେଣୁ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ତମାଖୁ ଠାରୁ ଦୁରେଇ ରହିବା ପାଇଁ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଲୋକମାନଙ୍କୁ ତମାଖୁ ଠାରୁ ଦୂରେଇବା ପାଇଁ ଏହି ଦିବସର ମୂଳ ଲକ୍ଷ୍ୟ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୧୯୮୭ ରେ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୭ ଏପ୍ରିଲ ୧୯୮୮ ରେ ପ୍ରଥମ ଥର ପାଇଁ ତମାଖୁ ଦିବସ ପାଳନ କରାଯାଇନଥିଲା। ଏହା ପରେ, WHO୪୨.୧୯ ରେଜୋଲୁସନ ୩୧ ମଇ ୧୯୮୮ ରେ ପାରିତ ହେବା ପରେ, ଏହା ପ୍ରତିବର୍ଷ ୩୧ ମଇରେ ପାଳନ କରାଯିବା ଆରମ୍ଭ କରିଥିଲା।

Get real time updates directly on you device, subscribe now.