fbpx

ରଥ ଗଡିବ ନା ନାହିଁ ? ଆଜି ନିଷ୍ପତ୍ତି !

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆସୁଛି ରଥଯାତ୍ରା । ହେଲେ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏଯାଏ ଚୁଡାନ୍ତ ହୋଇପାରୁନାହିଁ । ଲକଡାଉନର ଅବଧି ବୃଦ୍ଧି କରାଯାଇଥିବାରୁ ରଥନିର୍ମାଣ କାମ ବ୍ୟାଧିତ ହୋଇଛି । ଗତ ୨୬ ତାରିଖ ଅକ୍ଷିତୃତୀୟାରୁ ଆଜିଯାଏ ସପ୍ତାହେରୁ ଅଧିକ ସମୟ ବିତିଥିଲେ ବି ରଥନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇପରୁନାହିଁ । ମହାରଣା ସେବକ କହୁଛନ୍ତି ଲକଡାଉନରେ ରଥ ନିର୍ମାଣ ସମ୍ଭବ ନୁହେଁ । ସେବାୟତ କହୁଛନ୍ତି ରଥ ନଗଡିଲେ ପରମ୍ପରା ଭାଙ୍ଗିବ ,ବିପତ୍ତି ଆସିବ । ନିୟମ କହୁଛି ରଥ ଗଡିଲେ ରହିବନି ସମାଜିକ ଦୂରତା ।

ଏଭଳି ଅବସ୍ଥାରେ ସରକାର ,ମନ୍ଦିର ପ୍ରଶାସନ ,ଗଜପତି ମହାରାଜ ସଭିଏଁ ଚିନ୍ତାରେ । ସେଥିପାଇଁ ଆଜି ଅପରାହ୍ନରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ସମେତ ପରିଚାଳନାକମିଟିର ସଦସ୍ୟମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବେ । ଯେଉଁଥିରେ ରଥ ନିର୍ମାଣ ଓ ରଥଯାତ୍ରାର ବିକଳ୍ପ ବାବଦରେ ବିସ୍ତୃତ ଆଲୋଚନା ହେବ ।

Get real time updates directly on you device, subscribe now.