fbpx

ପାଇଖନାରେ କ୍ୱାରେଣ୍ଟିନ ହେଲେ ଶ୍ରମିକ ସ୍ୱାମୀ ସ୍ତ୍ରୀ,ଖାଇବା ବି ସେଇଠି ଖାଇଲେ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): କ୍ୱାରେଣ୍ଟିନରେ ରଖିବାକୁ ଯାଗା ମିଳିଲାନି । ଶୈାଚାଳୟରେ ରଖିଲେ । ଖାଦ୍ୟ ବି ସେଠି ପରଷାଗଲା । ଆଉ ବାଧ୍ୟରେ ଖାଇଲେ ଶ୍ରମିକ ଦମ୍ପତ୍ତି । ଏଭଳି ଚାଂଚଲ୍ୟକର ଖବର ଆସିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ।
ସେମାନଙ୍କୁ ସ୍ଥାନୀୟ ଏକ ପ୍ରାଥମିକ ସ୍କୁଲର ଶୈାଚାଳୟରେ କ୍ୱାରେଣ୍ଟିନ କରାଯାଇଥିଲା । କିନ୍ତୁ ଏହି ଖବରକୁ ଅସ୍ୱୀକାର କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ତାଙ୍କ କହିବା ଅନୁଯୟୀ ଶ୍ରମିକ ଜଣଙ୍କ ମଦ ନିଶାରେ ପାଇଘନା ଭିତରକୁ ଚାଲିଯାଇ ବସିଥିଲା । ଯେଉଁଠି ତା ସ୍ତ୍ରୀ ତାକୁ ଖାଇବାକୁ ପରିଷିଥିଲା । ତଥାପି ଯଦି ସେମାନଙ୍କୁ ଶୈାଚଳୟରେ ରଖାଯାଇଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ଦୋଷୀ ଅଧିକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଅବଶ୍ୟ କଥା ପ୍ରଘଟ ହେବା ପରେ ଦମ୍ପତ୍ତିଙ୍କୁ ସ୍କୁଲ ଘରକୁ ନିଆଯାଇଛି ।

Get real time updates directly on you device, subscribe now.