fbpx

ହନ୍ଦୱାଡାରେ ସହୀଦକଣ୍ଣେଲଙ୍କ ସ୍ତ୍ରୀଙ୍କୁ ଫୋନ କରି ଆତଙ୍କବାଦୀ କହିଲା ସଲାମ ୱାଲେକୁମ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଜମ୍ମୁକାଶ୍ମୀର ହନ୍ଦୱାଡାରେ ଗତ ଶନିବାର ଆତଙ୍କବାଦୀ ଓ ସେନା ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଯାହା ରବିବାର ଯାଏ ଚାଲିଥିଲା ।ଅପରେସନରେ ସମସ୍ତ ଆତଙ୍କବାଦୀ ପ୍ରାଣ ହରାଇଲେ । କିନ୍ତୁ ସହୀଦ ହୋଇଗଲେ ଜଣେ କର୍ଣ୍ଣେଲ,ଜଣେ ମେଜର,ଦୁଇ ଜବାନ ଓ ଜମ୍ମୁ ପୁଲିସର ଜଣେ ସବ ଇନିସ୍ପେକ୍ଟର ।

ଗୁଳିବିନିମୟ ସମୟରେ ସମସ୍ତେ ଏକ ଘର ଭିତରେ ଫସିଯାଇଥିଲେ । କିନ୍ତୁ ସେଠି ରେଡିଓ ବା ୱାରଲେସ ସିଷ୍ଟମ କାମ କରୁନଥିଲା । କିନ୍ତୁ ସେତେବେଳେ ହଠାତ କର୍ଣ୍ଣେଲଙ୍କ ଫୋନର ରିଙ୍ଗ ବାଜିଉଠିଲା । କିନ୍ତୁ ଅପରେସନ ବେଳେ କର୍ଣ୍ଣେଲଙ୍କ ପକେଟରୁ ଗଳିପଡିଥିଲା ଫୋନ । ଯାହା ଜଣେ ଆତଙ୍କବାଦୀ ହାତରେ ପଡିଥିଲା । ଫୋନ ଲକ ମୋଡରେ ଥିବାରୁ ଆତଙ୍କୀ ସ୍କ୍ରିନ ଖୋଲିପାରିନଥିଲା । କିନ୍ତୁ ଯେତେବେଳେ ରିଂଙ୍ଗ ହେଲା ଆତଙ୍କବାଦୀ ଜଣକ ଫୋନ ରିସିଭ କଲା । ଆଉ କହିଲା ସଲାମ ୱାଲେକୁମ ।

ବାସ୍ତବିକ ସେତେବେଳେ ସ୍ୱାମୀଙ୍କ ହାଲଚାଲ ବୁଝିବା ପାଇଁ କଲ କରିଥିଲେ କର୍ଣ୍ଣେଲଙ୍କ ପତ୍ନୀ । ଆଉ ଅପରପକ୍ଷରୁ ଅଚିହ୍ନା ସ୍ୱର ଶୁଣି ଫୋନ କାଟି ଦେଇଥିଲେ ।

Get real time updates directly on you device, subscribe now.