fbpx

ଗ୍ରୀନ୍ ଜୋନରେ ଚାଲିବ ବସ୍

ଭୁବନେଶ୍ୱର, ୪ା୫(ସଡ଼ିଶା ଭାସ୍କର): କରୋନା ସତର୍କତାକୁ ଦୃଷ୍ଟିରେ ରଖି ବସ୍ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଗ୍ରୀନ୍ ଜୋନ ଭିତରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଗ୍ରୀନ ଜୋନରୁ ଅନ୍ୟ ଗ୍ରୀନ ଜୋନକୁ ବସ ଚାଲିପାରିବ । ପାଖ ଜିଲ୍ଲା ଗ୍ରୀନ୍ ଜୋନ ଥିଲେ ବସ୍ ଚାଲିପାରିବ । ୫୦ ପ୍ରତିଶତ ଯାତ୍ରୀକୁ ନେଇ ବସ ଚଳାଚଳ କରିପାରିବେ । ଏହାସହ ବସ ଯାତାୟତ ସମୟରେ ଯଦି ରେଡ଼, ଅରେଞ୍ଜଜୋନ ଅତିକ୍ରମ କରିବାକୁ ଥିଲେ ବସ୍ ଚଳାଚଳକୁ ଅନୁମତି ଦିଆଯାଇପାରିବ ନାହିଁ । ଅରେଞ୍ଜ ଓ ରେଡ଼୍ ଜୋନରେ ବସ୍ ଚଳାଚଳ କରିପାରିବ ନାହିଁ ।

Get real time updates directly on you device, subscribe now.