fbpx

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ପରମାଣୁ ଯୁଦ୍ଧରେ ସାରା ବିଶ୍ୱ ହେବ ଥରହର, ଏସିଆ ଆକାଶରେ ଛାଇଯିବ ବିଷାକ୍ତ ବାଦଲ

ନୂଆଦିଲ୍ଲୀ:ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ଆମେରିକାରେ ୯/୧୧ ଆକ୍ରମଣ ବିଷୟରେ ଭବିଷ୍ୟବାଣୀ କରିଥିବା ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି । ଏପରିତ ୨୦୨୩ରେ ସେ ବିନା ମୌସୁମୀରେ ପ୍ରବଳ ବର୍ଷା, ଭୂକମ୍ପ,ଝଡ ଏବଂ ଅନ୍ୟାନ୍ୟ ବିପତ୍ତିକୁ ନେଇ ବହୁ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଏବେ ତାଙ୍କର ଯେଉଁ ଭବିଷ୍ୟବାଣୀ ସବୁଠାରୁ ଅଧିକ ଭୟଭୀତ କରୁଛି ତାହା ହେଉଛି ବିଶ୍ୱରେ ପରମାଣୁ ଯୁଦ୍ଧ । ବହୁ ବର୍ଷ ତଳେ ବାବା ଭେଙ୍ଗା କହିଥିଲେ ଯେ, ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ଓ ବର୍ଷ ଶେଷକୁ ପରମାଣୁ ଯୁଦ୍ଧ ହେବ । ଏହି ଯୁଦ୍ଧରେ ସାରା ବିଶ୍ୱରେ ଆତଙ୍କ ଖେଳିଯିବ ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ ବୁଲଗେରିଆର ଏହି ଦୃଷ୍ଟିହୀନ ମହିଳା ଭେଙ୍ଗାଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା । କିନ୍ତୁ କୁହାଯାଉଛି ଯେ, ସେ ଏ ପର୍ଯ୍ୟନ୍ତ ଯେତେ ଭବିଷ୍ୟବାଣୀ କରିଛନ୍ତି ପ୍ରାୟ ସବୁ ସତ ହୋଇଛି । ୨୦୨୩ ଲାଗି ସେ କରିଥିବା ବହୁ ଭବିଷ୍ୟବାଣୀ ମଧ୍ୟ ସତ ହେବାରେ ଲାଗିଛି । ଏହି ବର୍ଷ ବହୁ ପ୍ରାକୃତିକ ବିପର୍ଯ୍ୟୟ ଆସିବ ବୋଲି ସେ କହିଥିଲେ । ବହୁ ଶକ୍ତିଶାଳୀ ଭୂକମ୍ପ ଝଟକା, ମରୁଭୂମିରେ ବି ବନ୍ୟା ପରି ପରିସ୍ଥିତି ସୃଷ୍ଟିି ହେବ । ସୌର ଝଡ ମଧ୍ୟ ସୃଷ୍ଟି ହେବା ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ଏସବୁ ସତ ସାବ୍ୟସ୍ତ ବି ହୋଇଛି । ବୈଜ୍ଞାନିକମାନେ ସୂର୍ଯ୍ୟରେ ପୃଥିବୀ ଠାରୁ ୨୦ ଗୁଣ ବଡ ଛେଦର ସନ୍ଧାନ କରିଛନ୍ତି । ଏଥିରୁ ହେଉଥିବା ବିକିରଣର ପ୍ରଭାବ ଲଦାଖ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଓ ଏହାକୁ ସୌର ସୁନାମୀ ବୋଲି କୁହାଯାଉଛି ।
ଚଳିତ ବର୍ଷ ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସତ ପ୍ରମାଣିତ କରିଛି । ଏହି ଭୟଙ୍କର ଭୂକମ୍ପରେ ୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଥିଲେ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇଥିଲେ । ଆଜି ବି ସେଠାରେ ପରିସ୍ଥିତି ସୁଧୁରି ନାହିଁ ।

ଏବେ ଯେଉଁଭଳି ଭାବରେ ଚୀନ୍ ଓ ଆମେରିକା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ଏବଂ ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଅନ୍ତ ଘଟିବାର ନାଁ ଧରୁନାହିଁ ଏହାକୁ ଲକ୍ଷ୍ୟ ରଖି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେବ ବୋଲି ବିଶ୍ୱବାସୀ ଆତଙ୍କ ଗଣୁଛନ୍ତି । ଯଦି ଏହା ସତ ହୁଏ ତେବେ ସାରା ଏସିଆରେ ବିଷାକ୍ତ କଳାବାଦଲ ଛାଇଯିବ । ବିଶ୍ୱର ପ୍ର୍ରାୟ ସବୁ ସ୍ଥାନରେ ଭୟଙ୍କର ରୋଗ ବ୍ୟାପିବ । କାରଣ ପରମାଣୁ ବିସ୍ପୋରଣ କାରଣରୁ ଭୟଙ୍କର ରେଡିଏସନ୍ ଘଟିବ ଓ ଚାରିଆଡେ ଆତଙ୍କ ହିଁ ଆତଙ୍କ ଖେଳିଯିବ ।
ଏହା ସହିତ ଆହୁରି ୪ ଟି ବଡ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ରହିଛି ଏକ ବଡ ଭୌଗଳିକ ଘଟଣା ଘଟି ପୃଥିବୀର କକ୍ଷ ପରିବର୍ତ୍ତନ ହୋଇଯିବ । ଏହି କାରଣରୁ ଭୟାନକ ଭୂକମ୍ପ ଆସିବ । କିଛି ଅଜବ ଆବିଷ୍କାର ବି ହେବ , ଯେପରିକି ଲ୍ୟାବ୍ରେ ପିଲା ଜନ୍ମ ହେବେ ଓ ସେମାନଙ୍କ ରଙ୍ଗ ଓ ଲିଙ୍ଗର ନିଷ୍ପତ୍ତି ମାତାପିତା ନେବେ । କୌଣସି ଏକ ବଡ ଦେଶ ଜୈବିକ ଅସ୍ତ୍ରରେ ଆକ୍ରମଣ କରିବ । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିବ ।

Get real time updates directly on you device, subscribe now.