fbpx
BSKY
BJD MC SKY
BJD MS SKY

ଟ୍ରେନ୍ ଦୁର୍ଘଟଣା ଅପଡେଟ୍ ; ଅଧିକାରୀଙ୍କ ମୋବାଇଲ ସିଜ୍ କଲା ସିବିଆଇ

ବାଲେଶ୍ୱର/ଭୁବନେଶ୍ୱର : ବାଲେଶ୍ୱର ବାହାନଗାରୁ ଏକ ବଡ ଅପଡେଟ୍ ଆସିଛି । ରେଳ ଅଧିକାରୀଙ୍କ ମୋବାଇଲ ଫୋନ୍ ସିଜ୍ କରାଯାଇଥିବା ସୂଚନା ମିଳିଛି । ସିବିଆଇ ପକ୍ଷରୁ କରାଯାଉଥିବା ଟେକ୍ନିକାଲ ଯାଞ୍ଚ ସମୟରେ ଅଧିକାରୀଙ୍କ ମୋବାଇଲ ଫୋନ୍ ସିଜ୍ କରାଯିବା ସହ କଲ୍ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି । ଏହା ସହିତ ହ୍ୱାଟ୍ଅପ୍ ଭଳି ସୋସିଆଲ ମିଡିଆରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।

ସିବିଆଇର ଅନ୍ୟ ଏକ ଟିମ୍ ଭୁବନେଶ୍ୱରରେ ରହିଛନ୍ତି । ଭୁବନେଶ୍ୱୀର ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଲୋକ ପାଇଲଟଙ୍କୁ ସିବିଆଇ ଟିମ୍ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ବାହାନଗା ବଜାର ଷ୍ଟେସନରେ ଆଜି ମଧ୍ୟ ସିବିଆଇ ପହଞ୍ଚି ତନାଘନା ଆରମ୍ଭ କରିଛି । ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଗତକାଲି ସିବିଆଇ ଦୁଇ ଥର ଦୁର୍ଘଟଣା ସ୍ଥଳରେ ପରିଦର୍ଶନ କରି ତଦନ୍ତ ଚଳାଇଥିଲା ।

Get real time updates directly on you device, subscribe now.