fbpx

ବଜ୍ରପାତରେ ଜଣେ ମୃତ, କାଳବୈଶାଖୀରେ ଭାଙ୍ଗିଲା ଘର, ଉପୁଡିଲା ଗଛ

କାମାକ୍ଷାନଗର: ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗିବା ସହ ଗଛ ମଧ୍ୟ ଉପୁଡିଯାଇଥିବା ଦେଖାଦେଇଛି ।

ସୂଚନା ଅନୁଯାୟୀ, ବହୁ ବିଳମ୍ବରେ କେରଳକୁ ମୌସୁମୀ ଛୁଇଁଛି । ଅନ୍ୟପଟେ ବିପର୍ଯ୍ୟୟ ବାତ୍ୟା ମୁମ୍ବାଇ ଠାରୁ ଅଳ୍ପ ଦୂରରେ ଅଛି । ଏହାରି ମଧ୍ୟରେ ଗତକାଲି କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ଝଡ଼ ତୋଫାନ ହୋଇଥିଲା । ଏହି ସମୟରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବିପର୍ଯ୍ୟୟ । ଏହା କେତେ ପରିମାଣରେ ଭୟଙ୍କର ରୂପ ନେବ ତାହା ଆକଳନ କରିହେଉନି । ଗୋଆ ଠାରୁ ୮୪୦ କିମି ଥିବା ବେଳେ ମୁମ୍ବାଇ ଠାରୁ ୮୭୦ କିମି ଦୂରରେ ଏହା ରହିଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଦୁଇ ଦିନରେ ଉତ୍ତର ଉତ୍ତରପଶ୍ଚିମକୁ ଏହା ଗତି କରିବ ।

Get real time updates directly on you device, subscribe now.