fbpx

ଲେବାନନକୁ ହରାଇ ଚମ୍ପିଆନ ହେଲା ଭାରତ: ଟ୍ରଫି ଉପରେ କବଜା

ଭୁବନେଶ୍ୱର: ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କବଜା କରିଛି ଭାରତ । ଲେବାନନକୁ ୨-୦ ଗୋଲରେ ମାତ୍ ଦେଇ ଚମ୍ପିଆନ୍ ସାଜିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଲେବାନନକୁ ହରାଇ ଟ୍ରଫି ହାତେଇଛି ଭାରତୀୟ ପୁଟବଲ ଦଳ । ଏହି ବିଜୟ ସହ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଟାଇଟଲ ହାତେଇବାରେ ସଫଳ ହୋଇଛି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତ ଏଥିରେ ଇତିହାସ ରଚିଛି । ଏହି ବିଶାଳ ବିଜୟର ମୁକ ସାକ୍ଷୀ ପାଲଟିଛି ଭୁବନେଶ୍ୱର ଆନ୍ତର୍ଜାତୀୟ କଳିଙ୍ଗ ଷ୍ଟାଡିୟମ ଏବଂ ଉପସ୍ଥିତ ୧୨ ହଜାର ଦର୍ଶକ । ଏହି ଐତିହାସିକ ବିଜୟରେ ପ୍ରଥମ ଗୋଲ ସ୍କୋର କରିଛନ୍ତି ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଏହାପରେ ବାଙ୍ଗଟେ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ବିଜୟ ଭେଟି ଦେଇଛନ୍ତି । ତେବେ ବିପକ୍ଷ ଦଳ ଲେବାନନ ପକ୍ଷରୁ କୌଣସି ଖେଳାଳି ଗୋଲ କରିବାକୁ ସକ୍ଷମ ହୋଇ ନଥିଲେ । ଫଳରେ ଭାରତ ଏହି ମ୍ୟାଚକୁ ୨-୦ରେ ବିଜୟ ହାସଲ କରିବା ସହ ଟାଇଟଲକୁ କବଜା କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.