fbpx
BJD SKY
BJD SKY

ବଡ଼ ଖବର: ବିଧାୟିକା ଦଳରୁ ବହିଷ୍କୃତ

BJD

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ମହିଳା ବିଧାୟକ ଏକ ପାର୍ଟିରୁ ବହିଷ୍କୃତ ହୋଇଛନ୍ତି । ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ବଡ଼ ଖବର । ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପରୁ ମନୀଷା କାୟନ୍ଦେଙ୍କୁ ବହିଷ୍କାର କରାଯାଇଛି । ରାଜ୍ୟ ବିଧାନ ପରିଷଦର ବିଧାୟିକ ଥିବା ମନୀଷାଙ୍କ ବିରୋଧରେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଖୁବଶୀଘ୍ର ମନୀଷା ଏକନାଥ ଶିନ୍ଦେଙ୍କ ଶିବସେନାରେ ସାମିଲ ହେବା ନେଇ ଶୁଣାଯାଉଛି ।

ମନୀଷା ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଥିଲା । ଫଳରେ ଶିବସେନାର ମୁଖପାତ୍ର ପଦରୁ ମନୀଷାଙ୍କୁ ହଟାଇ ଦିଆଯାଇଛି । ଉଦ୍ଧବଙ୍କ ଶିବସେନାରୁ ବହିଷ୍କୃତ ହେବା ପରେ ଏବେ ମନୀଷା ଏକନାଥ ଶିନ୍ଦେଙ୍କ ଶିବସେନାରେ ସାମିଲ ହୋଇପାରନ୍ତି । ଏହାପୂର୍ବରୁ ମଧ୍ୟ ଉଦ୍ଧବ ଅନେକ ନେତାଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମନୀଷାଙ୍କୁ ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିବା ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।

ମନୀଷାଙ୍କ ଉପରେ ବାଣ ମାରି ଶିବସେନାର ନେତାମାନେ କହିଛନ୍ତି, ସଂଗଠନରେ ସବୁକିଛି ମିଳିବା ପରେ ବି ମନୀଷା ପାର୍ଟି ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ସେହିପରି ଉଦ୍ଧବ ଗ୍ରୁପର ଶିବସେନା ନେତା ବିନାୟକ ରାଉତ କହିଛନ୍ତି, ମନୀଷା ବିଜେପି ଛାଡ଼ି ଆମ ଦଳକୁ ଆସିଥିଲେ । ଦଳ ତାଙ୍କୁ ସବୁକିଛି ଦେଇଥିଲା । ଦଳ ପକ୍ଷରୁ ମନୀଷାଙ୍କୁ ପୁଣି ଥରେ ବିଧାନ ପରିଷଦ ସଦସ୍ୟ ଭାବେ ମନୋନୀତ କରିବାର ସମ୍ଭାବନା ନଥିବାରୁ ସେ ଦଳ ଛାଡ଼ିଛନ୍ତି ।

Get real time updates directly on you device, subscribe now.