fbpx

ରିସର୍ଚ୍ଚରୁ ଖୁଲାସା: ମଣିଷ କାନ୍ଦିଲେ ବି ଏହିସବୁ ଫାଇଦା ପାଇଥାଏ ଶରୀର, ଲୁହ କେତେ ପ୍ରକାର?

ହସିବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳୁଥିବା ଆପଣ ଜାଣିଥିବେ । କିନ୍ତୁ କାନ୍ଦିଲେ ମଧ୍ୟ ଆମ ଶରୀର ବିଭିନ୍ନ ଉପାୟରେ ଲାଭବାନ ହୋଇଥାଏ । ରିସର୍ଚ୍ଚରୁ ଜଣାଯାଇଛି ଯେ, ଆପଣଙ୍କୁ ଯେବେ ବି କାନ୍ଦିବାକୁ ହୁଏ ତେବେ ନିଜକୁ କେବେ ରୋକନ୍ତୁ ନାହିଁ । କାରଣ କାନ୍ଦିବା ଦ୍ୱାରା ମଣିଷ ଶରୀରର ମସ୍ତିଷ୍କ ଏବଂ ଶରୀର ଉଭୟ ସୁସ୍ଥ ହୋଇଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଣିଷର ଲୁହ ୩ ପ୍ରକାରର ହୋଇଥାଏ ଯାହା ବିଭିନ୍ନ ସମୟରେ ଆଖିରୁ ଝରିଥାଏ । ତେବେ ଆସନ୍ତୁ ଜାଣିବା ଏଗୁଡିକ କ’ଣ ଏବଂ କେଉଁସବୁ ଫାଇଦା ଦେଇଥାଏ….

Basal Tears: ଅନେକ ସମୟରେ ମଣିଷ ଶୋଇଥିବା ଅବସ୍ଥାରେ ପଲକ ପକାଇବା ସମୟରେ ଆଖିରୁ ଲୁହ ଝରିଥାଏ । ଏହାକୁ Basal Tears ବୋଲି କୁହାଯାଏ ।

Reflex Tears: ବେଳେ ବେଳେ ରାସ୍ତାରେ ଯିବା ବେଳେ ଧୂଳି ଏବଂ ଧୂଆଁ ଯୋଗୁଁ ମଧ୍ୟ ଆଖିରୁ ଲୁହ ଆସିଯାଏ । ଏହିଭଳି ଲୁହକୁ Reflex Tears କୁହାଯାଏ । ଏହି ଲୁହ ଆଖିକୁ ସଫା ରଖିଥାଏ ।

Emotional Tears: କୌଣସି ବ୍ୟକ୍ତି ଏକ ଭାବନାରେ ଅନୁଭବ କରିବା ବେଳେ ଇମୋସନ ତାଙ୍କ ଉପରେ ଖୁବ ଭାରୀ ପଡିଥାଏ । ତେଣୁ ଏହି ସମୟରେ ଆଖରୁ ଲୁହ ଝରିଯାଉଥିବା ଲୁହକୁ Emotional Tears କୁହାଯାଏ । ଏହା ମସ୍ତିଷ୍କକୁ ଆରାମ ଦେଇଥାଏ ।

କାନ୍ଦିବା ଦ୍ୱାରା କେଉଁ ଫାଇଦା ମିଳିଥାଏ?

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯେତେବେଳେ କୌଣସି ମଣିଷଟିଏ କାନ୍ଦେ ନିଜର ଭାବନାକୁ ନିୟନ୍ତ୍ରଣରେ ରହିଥାଏ । ଯେଉଁଥିପାଇଁ ମାନସିକ ଚାପ କମ୍ ହୋଇଥାଏ । କାନ୍ଦିବା ଦ୍ୱାରା ଅକ୍ସିଟୋସିନ ଏବଂ ଏଣ୍ଡ୍ରୋର୍ଫିନ ହରମୋନ ମଧ୍ୟ ବହିଥାଏ । ଏହା ଯୋଗୁଁ ଶାରୀରିକ ଏବଂ ଭାବନାତ୍ମକ ଯନ୍ତ୍ରଣା କମ୍ ହୋଇଥାଏ । ଆଖିର ଲୁହରେ ଲାଇସୋଜିମ୍ ନାମକ ତରଳ ପଦାର୍ଥ ରହିଥାଏ, ଯାହା ହାନିକାରକ ବ୍ୟାକ୍ଟେରିଆ ନଷ୍ଟ କରି ଆଖିକୁ ସପା ରଖିବାରେ ସାହାଯ୍ୟ କରେ । Basal Tears ଯୋଗୁଁ ଆଖିର ମ୍ୟୁକସ ଶୁଖି ପାରେ ନାହିଁ ଏବଂ ଆପଣଙ୍କ ଆଖି ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଏହାବ୍ୟତୀତ କାନ୍ଦିବା ଦ୍ୱାରା ଅନ୍ୟ ଭାବନାଗୁଡିକୁ ମଧ୍ୟ ସପୋର୍ଟ ମିଳିପାରିଥାଏ ।

Get real time updates directly on you device, subscribe now.