fbpx

ମମତା ସରକାରଙ୍କୁ ସୁପ୍ରିମ୍ ଝଟ୍‌କା, ସନ୍ଦେଶଖାଲିରେ ଜାରି ରହିବ CBI ଯାଞ୍ଚ

ନୂଆଦିଲ୍ଲୀ:ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟରୁ ପଶ୍ଛିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ସୁପ୍ରିମକୋର୍ଟ ମାମଲାର ଶୁଣାଣୀ କରି କହିଛନ୍ତି ସନ୍ଦେଶଖାଲି କେସ୍‌ରେ ସିବିଆଇ ଯାଞ୍ଚ ଜାରି ରହିବ । ଏହି ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ କୌଣସି ପ୍ରକାର ରୋକ ଲଗାଇ ନାହାନ୍ତି । ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି କି ରାଜ୍ୟ ସରକାର କୌଣସି ଜଣେ ବ୍ୟକ୍ତିଙ୍କ ସୁରକ୍ଷା ଲାଗି ସୁପ୍ରିମକୋର୍ଟରେ କିପରି ଆବେଦନ କରିପାରିବେ । ଗ୍ରୀଷ୍ମ ଛୁଟିପରେ କୋର୍ଟ ଏହି ମାମଲାରେ ଶୁଣାଣୀ କରିବେ ।

ଏହି ମାମଲାର ଶୁଣାଣୀ ବିଚାରପତି ବି.ଆର୍‌. ଗଭଇ ଓ ବିଚାରପତି ସନ୍ଦୀପ ମେହେଟ୍ଟା କରିଛନ୍ତି । ତେବେ କୋଲକାତା ହାଇକୋର୍ଟ ଏହି ମାମଲାରେ ମମତା ସରକାରଙ୍କୁ ଜୋରଦାର ଝଟକା ଦେଇ ସନ୍ଦେଶଖାଲି କେସ୍‌ରେ ସିବିଆଇ ଯାଞ୍ଚ କରିବାର ନିଷ୍ପତ୍ତି ଶୁଣାଇଥିଲେ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ କହିଥିଲେ କି ଯାଞ୍ଚର ତଦାରଖ ମଧ୍ୟ କୋର୍ଟ କରିବେ । ଏହି ମାମଲାରେ ପଶ୍ଚିମବଙ୍ଗ ସରକାର କିଛି ସମୟ ମାଗିଥିଲେ । ଏବେ ମାମଲାର ଶୁଣାଣୀ ଜୁଲାଇରେ ହେବ । ସୁପ୍ରିମକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଲାଗି( ଶାହାଜାହାଁ ଶେଖ), ଯାହାଙ୍କ ବିରୁଦ୍ଧରେ ସିବିଆଇ ଯାଞ୍ଚ କରୁଛି, ରାଜ୍ୟ ସରକାର କୋର୍ଟକୁ କାହିଁକି ଆସିଛନ୍ତି ।

Get real time updates directly on you device, subscribe now.