fbpx
BJD SKY
BJD SKY

ଆଇପିଏଲରୁ ବାଦ୍ ପଡ଼ିବେ Captain ଋତୁ? ଆହତ ସମସ୍ୟା ବଢାଉଛି ଚେନ୍ନାଇର ଟେନସନ୍

BJD

ନୂଆଦିଲ୍ଲୀ: ସନରାଇଜର୍ସ ବିପକ୍ଷରେ ଦମଦାର ବିଜୟ ହାସଲ କରି ପଏଣ୍ଟ ଟେବୁଲରେ କମବ୍ୟାକ କରିଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ମଇଦାନରେ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି ସିଏସକେ । ଏହି ବିଜୟ ସହିତ ପୁଣିଥରେ ଚେନ୍ନାଇ ପଏଣ୍ଟ ଟେବୁଲରେ ଟପ୍-୪ରେ ଏଣ୍ଟ୍ରି କରିଛି । ତେବେ ଏହି ମ୍ୟାଚରେ ଆଉ ଏକ ୟେଲୋ ଆର୍ମି ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଦଳର ଅଧିନାୟକ ଋତୁରାଜ ଗାଏକ୍ୱାଡ ମ୍ୟାଚରେ ଆହତ ହୋଇଥିବା ବେଳେ ଚ୍ନୋଇ ପାଇଁ ଏହା ମୁଣ୍ଡବିନ୍ଧା ପାଲଟିଛି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରିବା ବେଳେ ଆହତ ହୋଇଛନ୍ତି ଅଧିନାୟକ ଋତୁରାଜ ।

ସୂଚନା ଅନୁସାରେ, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୧୨ ରନ୍ କରିଥିଲା । ଏହି ମ୍ୟାଚରେ ଦଳର ଅଧିନାୟକ ଋତୁରାଜ ୯୮ ରନର ଦମଦାର ଇନିଂସ ଖେଳିଛନ୍ତି । ତେବେ ହାଇଦ୍ରାବାଦକୁ ମାତ୍ର ୧୩୪ ରନରେ ଅଲଆଉଟ କରି ଏହି ମ୍ୟାଚ ଉପରେ କବଜା କରିଛି ଚେନ୍ନାଇ । କିନ୍ତୁ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ ସମୟରେ ଚେନ୍ନାଇ ପାଇଁ ବଢିଯାଇଛି ଚିନ୍ତା । ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆହତ ଲାଗିଥିବା ଦେଖାଯାଇଛି । ଫିଲ୍ଡିଂ ସମୟରେ ଦଳର ୧୫ତମ ଓଭରର ଚତୁର୍ଥ ବଲରେ ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଏହାର ଚିକିତ୍ସା ପାଇଁ ଟିମ୍ ଫିଜିଓ ମଧ୍ୟ ମଇଦାନକୁ ଆସିଥିଲେ । ତେବେ ଏହାପରେ ଋତୁରାଜଙ୍କ ଆଘାତକୁ ନେଇ କୌଣସି ବଡ଼ ଅପଡେଟ ମିଳିନାହିଁ । ତେବେ ଆଘାତ ଅଦିକ ଗୁୁରତର ହୋଇଥିଳେ ସେ ପରବର୍ତ୍ତୀ ମ୍ୟାଚରେ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ଆଇପିଏଲ-୨୦୨୪ରେ ଅଧିନାୟକ ଭାବରେ ସଫଳତା ପାଇବା ସହ ବ୍ୟାଟ୍ସମ୍ୟାନ ଭାବରେ ମଧ୍ୟ ଖୁବ ସଫଳତା ପାଇଛନ୍ତି । ପୂର୍ବ ମ୍ୟାଚରେ ଦମଦାର ଶତକ ହାସଲ କରିଥିବା ବେଳେ ହାଇଦ୍ରାବାଦ ବିପକ୍ଷରେ ମଧ୍ୟ ଦମଦାର ଶତକରୁ ୨ ରନରେ ବଞ୍ଚିତ ହୋଇଛନ୍ତି କ୍ୟାପଟେନ୍ ଋତୁ । ତେବେ ଋତୁରାଜଙ୍କ ସହ ଅନ୍ୟତମ ଓପନର ପାଇଁ ଚେନ୍ନାଇ ସଂଘର୍ଷ ଜାରି ରଖିଛି । ଏହି ସ୍ଥାନରେ ରଚିନ୍ ରବିନ୍ଦ୍ର ଏବଂ ଅଜିଙ୍କ୍ୟା ରାହାଣେଙ୍କୁ ଦଳ ସୁଯୋଗ ଦେଇଥିଲେ ମଧ୍ୟ ବିଶେଷ ସଫଳତା ମିଳି ପାରିନାହିଁ ।

Get real time updates directly on you device, subscribe now.