fbpx
BJD SKY
BJD SKY

ଭାରତ ଗସ୍ତ ସ୍ଥଗିତ କରି ଚୀନ୍ କାହିଁକି ଗଲେ ଏଲନ୍ ମସ୍କ? ଜାଣନ୍ତୁ କ’ଣ ରହିଛି କାରଣ

BJD

ବେଜିଂ: ଭାରତ ଯାତ୍ରା ରଦ୍ଦ କରି ଅରବପତି ବିଜନେସ୍‌ମ୍ୟାନ୍ ତଥା ଟେସଲାର ମାଲିକ ଏଲନ୍ ମସ୍କ ଚୀନ୍‌ରେ ପହଞ୍ଚିଛନ୍ତି । ତେବେ ମସ୍କଙ୍କ ଏହି ଚୀନ୍ ଗସ୍ତ ସମସ୍ତଙ୍କୁ ଚକିତ କରିଛି । କାରଣ ସେ ଅଚାନକ ବେଜିଂ ପହଞ୍ଚିଛନ୍ତି । ରବିବାର ଏଲନ୍ ମସ୍କ ଚୀନ୍‌ରେ ଟେସଲା ଗାଡିକୁ କିଛି ସମ୍ବେଦନଶୀଳ ସ୍ଥାନକୁ ନେଇଯିବା ଲାଗି ଲାଗିଥିବା ପ୍ରତିବନ୍ଧକୁ ହଟାଇବା ଲାଗି ଚର୍ଚ୍ଚା କରିବା ପାଇଁ ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ଓ ଅନ୍ୟ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ।

ଏକ ରିପୋର୍ଟରୁ ଜଣାଯାଇଛି କି ଚୀନ୍‌ରେ ଟେସଲା ଚାଳକ ସରକାରଙ୍କ ସମ୍ବନ୍ଧିତ ଭବନରେ ପ୍ରବେଶ ଲାଗି ପ୍ରତିବନ୍ଧର ସାମ୍ନା କରି ଆସୁଛନ୍ତି । ଟେସଲାର ବାହାନ ଉପରେ ଚୀନ୍‌ର ସରକରୀ ସ୍ଥାନରେ ପ୍ରତିବନ୍ଧ ଲାଗିଛି । ପୂର୍ବରୁ ଏହି ପ୍ରତିବନ୍ଧ ସୈନ୍ୟ ଆଡ୍ଡା ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ଏବେ ରାଷ୍ଟ୍ର ସଡକ ମାର୍ଗ ପରିଚାଳନା ସଂସ୍ଥା, ସ୍ଥାନୀୟ ପ୍ରାଧିକରଣ ଏଜେନ୍ସୀ, ସାଂସ୍କୃତିକ କେନ୍ଦ୍ର ଇତ୍ୟାଦି ଏହି ବାହାନ ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁସାରେ ମସ୍କ ଚାଇନା କାଉନସିଲ୍ ଫର୍ ପ୍ରମୋଶନ ଅଫ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଅଟୋମୋବାଇଲ୍ କମ୍ପାନୀର ଆମନ୍ତ୍ରଣରେ ରବିବାର ବେଜିଂରେ ପହଞ୍ଚିଛନ୍ତି । ଟେସଲା ଗାଡି ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧ ହଟାଇବା ଲାଗି ଚୀନ୍ ଅଧିକାରୀଙ୍କ ସହ କମ୍ପାନୀ କଥାବାର୍ତ୍ତା ଜାରି ରଖିଛି ।

ଋବିବାର ମସ୍କ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଭେଟିବା ସହ ଟେସଲା ଲାଗି ଭବିଷ୍ୟତର ବିସ୍ତାର ଯୋଜନା ବିଷୟରେ ଚର୍ଚ୍ଚା କରିଛନ୍ତି । ଲି କିଆଙ୍ଗ କହିଛନ୍ତି ଚୀନର ବିଶାଳ ବଜାର ସର୍ବଦା ବିଦେଶରୁ ଫଣ୍ଡ ଆସୁଥିବା ଉଦ୍ୟୋଗ ଲାଗି ଖୋଲା ରହିବ । ସେ ଆହୁରି କହିଛନ୍ତି ବିଦେଶୀ କମ୍ପାନୀ ଚୀନ୍‌ରେ କିଭଳି ନିବେଶ ବୃଦ୍‌ଧି କରିବେ ଚୀନ୍ ସେଥିପାଇଁ ପ୍ରୟାସ ଜାରି ରଖିଛି । ଚୀନ୍‌ରେ ଟେସଲାର ବିକାଶ ଚୀନ୍‌-ଆମେରିକା ଆର୍ଥିକ ସହଯୋଗର ଏକ ସଫଳ ଉଦାହରଣ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଏହି ସାକ୍ଷାତ ପରେ ମସ୍କ କହିଛନ୍ତି ଟେସଲାର ସାଙ୍ଘାଇ ଗୀଗାଫ୍ୟାକ୍ଟ୍ରୀ କମ୍ପାନୀ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା କାରଖାନା ଅଟେ । ସେ ଯେ କୌଣସି ବି ପରିସ୍ଥିତିରେ ଓ ଅଧିକ ଲାଭ ପାଇବା ଲାଗି ଚୀନ୍ ସହିତ ସହଯୋଗକୁ ଗଭୀର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ମସ୍କ ତାଙ୍କର ପ୍ରସ୍ତାବିତ ଭାରତ ଯାତ୍ରାକୁ ସ୍ଥଗିତ କରିଦେଇ ଚୀନ୍ ଗସ୍ତ କରିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ମସ୍କ ସେହି ସମୟରେ ବେଜିଂ ଯାତ୍ରା କରିଛନ୍ତି ଯେଉଁ ସମୟରେ ଚୀନ୍‌ରେ ଇଲେକ୍ଟ୍ରିକ ଗାଡିର ବିକ୍ରୀ ବୃଦ୍ଧି ଘଟିଛି ଯାହା ତାଙ୍କ ଟେସଲା ବଜାର ପ୍ରତି ବିପଦ ସୃଷ୍ଟି କରିଛି ।

Get real time updates directly on you device, subscribe now.