fbpx

ଉତ୍କଳମଣି ଗୋପବନ୍ଧୁଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ: ଶ୍ରଦ୍ଧାଞ୍ଜଳି ସହ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ପାଣ୍ଡରା ସ୍ଥିତ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଉତ୍କଳମଣି ଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି , କମିଶନରେଟ ପୋଲିସ ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି, ଯାହାକୁ ରାଜନେତା ଦୁର୍ଗା ସାମନ୍ତରାୟ, ପୃଥ୍ୱୀରାଜ ସାହୁ ଓ ଅଭିନେତା ରୁଷି ପଟ୍ଟନାୟକ ଉଦଘାଟନ କରିଥିଲେ ।

ସନ୍ଧ୍ୟାରେ ୯୫ତମ ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା, ଜାତୀୟ ପୁରସ୍କାର ପ୍ରାପ୍ତ ସମାଜ ବିଜ୍ଞାନୀ ତଥା ଅଭିନେତା ରୁଷି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ଉତ୍ତରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୋପବନ୍ଧୁ ଅ।ଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ପାଇଁ କାମ କରୁଥିବା ତଥା ବିଟିଭି ର ମୁଖ୍ୟ ସୌମୀୟ ରଞ୍ଜନ ପ୍ରଧାନ ଓ ବିଭୁତି ଭୂଷଣ ସାମନ୍ତରାୟ ଙ୍କୁ ସମାନ୍ନିତ କରିଥିଲେ । ସନ୍ଧ୍ୟାର ଦ୍ୱିତୀୟ ଅଧିବେଶନକୁ ଭୁବନେଶ୍ୱର ମହାନଗର ନିଗମର ମାନନୀୟ। ମେୟର ଶ୍ରୀମତି ସୁଲୋଚନା ଦାସ ଉଦଘାଟିତ କରିଥିଲେ, ସଂମାନ୍ନିତ ଅତିଥି ଭାବରେ ପର୍ୟ୍ୟଟନ ବିଭାଗ ବରିଷ୍ଠ ନାଗରିକ ଉପଦେଷ୍ଟା ଶ୍ରୀ ଦୁର୍ଗା ସାମନ୍ତରାୟ, ଆଦିବାସୀ ହରିଜନ ବିଭାଗ ଉପଦେଷ୍ଟା ଶ୍ରୀ ପୃଥ୍ୱୀରାଜ ସାହୁ, ସମାଜ ସେବୀ ପ୍ରଦୀପ ବରିସଲ, ଯୋଗ ଦେଇଥିଲେ । ବିଶିଷ୍ଟ ଡାକ୍ତର ଅମରିତ ପଟଯୋଶୀ ଓ ଜେଶୋଭା ମୁଖ୍ୟ ଶ୍ରୀ ନୂରସିଂହ ଚରଣ ନନ୍ଦଙ୍କୁ ଶ୍ରେଷ୍ଠ ସେବା ପାଇଁ ଗୋପବନ୍ଧୁ ଦାସ ସେବା ରତ୍ନ ପୁରସ୍କାର ପ୍ରଦାନ କରିଥିଲେ । ଏହି ସଭାରେ ବୃଦ୍ଧାଶ୍ରମର ମୁଖ୍ୟ ପରିଚାଳକ ଶ୍ରୀ ନିଲୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଅତିଥି ଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

Get real time updates directly on you device, subscribe now.