fbpx

ଗ୍ୟାସ୍ ଚୁଲାରେ ରୋଷେଇ କରୁଥିଲେ ସାବଧାନ! ଶ୍ୱାସରୋଗ କିମ୍ବା ମସ୍ତିଷ୍କ ପାଇଁ ହୋଇପାରେ କ୍ଷତିକାରକ, ଗବେଷଣାରୁ ଖୁଲାସା

ବର୍ତ୍ତମାନ ସମୟରେ ଆଉ କେହି ରୋଷଇ ପାଇଁ କାଠ ଚୁଲି ବ୍ୟବହାର କରୁନାହାନ୍ତି । ସମସ୍ତେ ରୋଷେଇ ପାଇଁ ଗ୍ୟାସକୁ ଆଦରି ନେଇଛନ୍ତି । କିନ୍ତୁ ଏହି ଗ୍ୟାସ୍ ଚୁଲା ଯେ କେତେ କ୍ଷତିକାରକ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜାଣିରଖନ୍ତୁ ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ଦୂରେଇ ରଖନ୍ତୁ ।

ହଁ ଆଜ୍ଞା ଏହା ଆମେ କହୁନାହୁଁ ଏହା ଆମେରିକାର ଏକ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍ ଡାଇ ଅକ୍ସାଇଡ ଖୁବ୍ ହାନିକାରକ । ଏହି ନାଇଟ୍ରୋଜେନ୍ ଅକ୍ସାଇଡ୍ ଦ୍ୱାରା ପିଲାଙ୍କୁ ହେଉଛି ଆଜମା । ଏପରି ଦାବି କରିଛି ଆମେରିକାର ସ୍ୱତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ, ଭାରତର ସହରାଞ୍ଚଳର ୮୮.୬ପ୍ରତିଶତ ପରିବାର ରୋଷେଇ ପାଇଁ ଗ୍ୟାସ ବ୍ୟବହାର କରୁଥିବାବେଳେ ମାତ୍ର ୪୨ପ୍ରତିଶତ ଗ୍ରାମାଞ୍ଚଳର ପରିବାର ଗ୍ୟାସ ବ୍ୟବହାର କରନ୍ତି । ସେହିପରି ଆମେରିକାର ୩୫ ପ୍ରତିଶତ ଘରେ ଗ୍ୟାସଚୁଲା ବ୍ୟବହାର କରାଯାଏ । ଏଭଳି ପରିସ୍ଥିତିରେ ନିଷେଧାଦେଶ ଖବରକୁ ବିରୋଧ କରାଯାଉଛି । ଗ୍ୟାସ୍ ଚୁଲାରେ ପ୍ରତିବନ୍ଧକ ଲାଗିଲେ ଆମେରିକାର ରେଷ୍ଟୁରାଣ୍ଟ ହୋଟେଲ୍ ବ୍ୟବସାୟ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି ।

ପାଞ୍ଚ ଦଶକ ପୂର୍ବରୁ ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ବିଶେଷଜ୍ଞମାନେ ୫୦୦୦ହଜାର ପରିବାରକୁ ନେଇ ଏକ ସର୍ଭେ କରିଥିଲେ । ଯେଉଁଥିରେ ଜଣାପଡିଥିଲା କି, ଏହି ଗ୍ୟାସଚୁଲା ଦ୍ୱାରା ନାଇଟ୍ରୋଜେନ୍ ଡାଇ ଅକ୍ସାଇଡ ଏବଂ ପିଏମ୍ ୨.୫ ପରି ବିଷାକ୍ତ କଣିକା ନିର୍ଗତ ହୋଇଥାଏ । ଯାହାଦ୍ୱାରା ଶ୍ୱାସରୋଗ କିମ୍ବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ ।

Get real time updates directly on you device, subscribe now.