IPS ସ୍ତରରେ ବଡ ଧରଣର ଅଦଳବଦଳ: ୮ ସିନିୟର ପୋଲିସ କର୍ମଚାରୀଙ୍କ ଟ୍ରାନ୍ସଫର

ପୋଲିସ ବିଭାଗରେ ଏକ ବଡ ଅଦଳବଦଳ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମିଳିଛି ଟ୍ରାନ୍ସଫର ଅର୍ଡର । ଏ ନେଇ ସରକାରଙ୍କ ତରଫରୁ ଏକ ସୂଚନା ପ୍ରକାଶ ପାଇଛି । ୮ ଜଣ ସିନିୟର ପୋଲିସ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ଅଦଳବଦଳ କରାଇଛନ୍ତି ଉତ୍ତରପ୍ରଦେଶ ସରକାର । ପୋଲିସ ପ୍ରଶାସନରେ ଏଭଳି ଏକ ବଡ ପରିବର୍ତ୍ତନ କରିଛନ୍ତି ଯୋଗୀ ସରକାର ।

ଏହି ଅଦଳବଦଳ ପରେ ପୋଲିସ କମିଶନରେଟ ପ୍ରୟାଗରାଜରେ ନୂଆ ପୋଲିସ ଡେପୁଟି କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରଦ୍ଧା ନରେନ୍ଦ୍ର ପାଣ୍ଡେଙ୍କୁ ପ୍ରୟାଗରାଜର ଡିସିପି ଭାବରେ ନିୟୋଜିତ କରିଛନ୍ତି ଯୋଗୀ ସରକାର । ଏହାସହିତ ଲକ୍ଷେ୍ନø ପୋଲିସ ମୁଖ୍ୟାଳୟରେ ନୂଆ ଡିଆଇଜି ଭାବରେ ରବି ଶଙ୍କର ଛବିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ନୋଏଡା କମିଶନରେଟରେ ମଦ୍ୟ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି । ଆଇପିଏସ ସୁନୀତୀ ଡେପୁଟି ପୋଲିସ କମିଶନର ପଦରେ ନିୟୋଜିତ ହୋଇଛନ୍ତି । ସେହିପରି ପବନ କୁମାରଙ୍କୁ ପ୍ରୟାଗରାଜରେ ପୋଲିସ ଡିସିପି ଭାବେ ନିଯୁକ୍ତି ମିଳିଛି । । ତେବେ ବବଲୁ କୁମାର ଗøତମବୁଦ୍ଧନଗର କମିଶନରେଟରେ ନୂଆ ଅତିରିକ୍ତ ପୋଲିସ କମିଶନର(ଏସିପି) ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ।

ସେହିପରି କାନପୁର ନଗର ପୋଲିସ କମିଶନରେଟରେ ମଧ୍ୟ ନୂଆ ଅଧିକାରୀଙ୍କ ପୋଷ୍ଟିଂ କରାଯାଇଛି । କାନପୁର କମିଶନରେଟରେ ନୀଲୀବଜା ଚୌଧୂରୀଙ୍କ ସଂଯୁକ୍ତ ପୋଲିସ କମିଶନର ଭାବରେ ନୂଆ ଦାୟିତ୍ୱ ହସ୍ତାନ୍ତର କରିଛି । ଲକ୍ଷେ୍ନø କମିଶନରେଟରେ ମଧ୍ୟ ଜଏଣ୍ଟ ସିପି ଭାବରେ ନୂଆ କରି ନିଯୁକ୍ତି ପାଇଛନ୍ତି ଆକାଶ କୁଳହରି ।