fbpx

ପଡିଆକୁ ଫେରୁଛନ୍ତି ୟର୍କର କିଙ୍ଗ ବୁମରାହ: ଫିଟ ହେବା ପରେ ଏହି ସିରିଜରୁ କରିପାରନ୍ତି କମବ୍ୟାକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଆହତ ସମସ୍ୟାରୁ ବାହାରି ଏବେ ପୁଣିଥରେ କ୍ରିକେଟକୁ ପେରୁଛନ୍ତି ଟିମ ଇଣ୍ଡିଆର ସୁପରଷ୍ଟାର । ଦୀର୍ଘ ଦିନ ପରେ ପୁଣିଥରେ ବ୍ଲୁ ଜର୍ସିରେ ନଜର ଆସିବେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ବର୍ତ୍ତମାନ ବାଙ୍ଗାଲୋରର ଏନସିଏ କ୍ରିକେଟ ଷ୍ଟାଡିୟମରେ ଫିଟନେସକୁ ନେଇ ବୁମରାହ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ଆହତ ସମସ୍ୟା ଉପରେ ନଜର ରଖିଛନ୍ତି ଏନସିଏ ଅଧ୍ୟକ୍ଷ ଭିଭିଏସ ଲକ୍ଷ୍ମଣ ।

୨୦୨୨ ଟି-୨୦ ବିଶ୍ୱକପରୁ ଦଳରୁ ବାହାରେ ରହିଥିବା ବେଳେ ଏସିଆ କପ୍ ପୂର୍ବରୁ ଦଳକୁ କମବ୍ୟାକ କରିପାରନ୍ତି ବୁମରାହ । ଆସନ୍ତା ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଅଗଷ୍ଟରେ ଭାରତର ଆୟରଲାଣ୍ଡ ଗସ୍ତରେ ସେ ଭାରତୀୟ ଦଳକୁ ଫେରିପାରନ୍ତି । ଏହାପରେ ଭାରତରେ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ । ତେଣୁ ଆୟରଲାଣ୍ଡ ସିରିଜରେ ହିଁ ବୁମରାହଙ୍କ ପାଇଁ ଦଳକୁ କମବ୍ୟାକ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ଏହାପୂର୍ବରୁ ବୁମରାହ ସମ୍ପୂର୍ଣ୍ଣ ଫିଟ ହେଉଥିବା କହିଛନ୍ତି ବିସିସିଆଇର ଜଣେ ଅଧିକାରୀ । ତେଣୁ ବୁମରାହ ନିଜ ଫିଟନେସ ଫେରିପାଇବାରେ ସଫଳ ହେଲେ ଆୟରଲାଣ୍ଡ ବିପକ୍ଷରେ ତାଙ୍କୁ ଖେଳୁଥିବାର ଦେଖିବାକୁ ମିଳିପାରେ ।

India vs Australia 2nd T20I: Rain threat on Jasprit Bumrah return | Cricket  - Hindustan Times

ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ବୁମରାହ । ୨୦୨୨ ଟି-୨୦ ବିଶ୍ୱକପରେ ଆହତ ହେବା ପରେ ବୁମରାହ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ପାରିନାହାନ୍ତି । ଆହତ ସମସ୍ୟା ଯୋଗୁଁ ସେ ଲଗାତାର ସମସ୍ତ ସିରିଜରୁ ବାଦ୍ ପଡିଛନ୍ତି । ତେବେ ଗତ ମାର୍ଚ୍ଚ ମାସରେ ସେ ନିଜର ପିଠି ସର୍ଜରୀ କରିବା ପରେ ଏନସିଏରେ ରହିଛନ୍ତି । ନେସନାଲ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭିଭିଏସ ଲକ୍ଷ୍ମଣ ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିତିବା ବେଳେ ସାଇନ୍ସ ଆଣ୍ଡ ମେଡିକାଲ ଡିପାର୍ଯମେଣ୍ଟର ପ୍ରମୁଖ ନିତିନ ପଟେଲ ମଧ୍ୟ ବୁମରାହଙ୍କୁ ଫିଟନେସ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.