fbpx
BSKY
BJD MC SKY
BJD YOUTH SKY

ଟ୍ରାନ୍ସଫର ହେବା ଦ୍ୱାରା ଶେଷ ହୋଇପାରେ ବରିଷ୍ଠତା କ୍ରମ: ପ୍ରମୋସନ ମାଧ୍ୟମରେ ପ୍ରିନ୍ସିପାଲଙ୍କ ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ, ଏକ ଘରୋଇ ବିଦ୍ୟାଳୟରେ ଜଣେ ଶିକ୍ଷକ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଟ୍ରାନ୍ସଫର ହେଲେ ବରିଷ୍ଠତା କ୍ରମ ହରେଇ ପାରନ୍ତି । କୋର୍ଟ କହିଛନ୍ତି ଯେ, ଘରୋଇ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦୋନ୍ନତି ପାଇଁ ବାର୍ଷିକ ଗୋପନୀୟ ରିପୋର୍ଟ (ଏସିଆର) ଉପରେ ବିଚାର କରାଯାଇପାରିବ ନାହିଁ, ଯାହା ବିଷୟରେ ସଂପୃକ୍ତ ଶିକ୍ଷକଙ୍କୁ କୁହାଯାଇ ନଥିବ ।

ପଦୋନ୍ନତି ମାଧ୍ୟମରେ ପ୍ରିନ୍ସିପାଲଙ୍କ ନିଯୁକ୍ତି ପାଇଁ ଏକ ଘରୋଇ ବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରକ୍ରିୟାକୁ ଅବୈଧ କହୁଥିବା ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ଜଷ୍ଟିସ ଜ୍ୟୋତି ସିଂ ଏହି ରାୟରେ କହିଛନ୍ତି ଯେ, ଯଦି ଏକ ଘରୋଇ ବିଦ୍ୟାଳୟ ଜଣେ ଶିକ୍ଷକଙ୍କୁ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଟ୍ରାନ୍ସଫର କରେ, ତେବେ ସେ (ଶିକ୍ଷକ) ବରିଷ୍ଠତା କ୍ରମ ହରାଇଥାନ୍ତି । ଟ୍ରାନ୍ସଫର ପରେ ଶିକ୍ଷକ ନୂଆ ବିଦ୍ୟାଳୟକୁ ଯିବା ପରେ ସବୁଠାରୁ କନିଷ୍ଠ ହୋଇଥାନ୍ତି । ଦିଲ୍ଲୀ ବିଦ୍ୟାଳୟ ଶିକ୍ଷା ନିୟମର ବ୍ୟବସ୍ଥା ଦର୍ଶାଇ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି ।

ଶିକ୍ଷକମାନଙ୍କ ପକ୍ଷରୁ ଓକିଲ ଅନୁଜ ଅଗ୍ରୱାଲ କହିଛନ୍ତି ଯେ, ଡିପିସି ତାଙ୍କ ଗ୍ରାହକଙ୍କ ବରିଷ୍ଠତାକୁ ଅଣଦେଖା କରି ପ୍ରିନ୍ସିପାଲ ନିଯୁକ୍ତି ଦେଇଛନ୍ତି । ପ୍ରିନ୍ସିପାଲ୍ ପଦବୀ ପାଇଁ ହେବାକୁ ଥିବା ଇଣ୍ଟରଭ୍ୟୁ ପାଇଁ ଡିପିସି ଗ୍ରାହକମାନଙ୍କୁ ଡକାଇଥିଲେ, କିନ୍ତୁ କେବଳ ଉତ୍ତରଦାତା ନଂ ୪ ଇଣ୍ଟରଭ୍ୟୁ ପରେ ତାଙ୍କୁ ପ୍ରିନ୍ସିପାଲ୍ ଭାବରେ ନିଯୁକ୍ତ କରିଥିଲେ ।

Get real time updates directly on you device, subscribe now.