fbpx

ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି: କାଳବୈଶାଖୀ ବର୍ଷାକୁ ନେଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଛି । ଏହା ଫଳରେ ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ପବନ ସହ ବଜ୍ରପାତ ଆଶଙ୍କା ରହିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହାରି ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଉଛି ।

୨୧ ତାରିଖ‌ରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ୨୧ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ‌ବେଳେ ୨୨ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Get real time updates directly on you device, subscribe now.