fbpx

ଜୁଲାଇ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ: ଜରୁରୀ କାମ ଥିଲେ ଚେକ୍ କରନ୍ତୁ ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତି ମାସରେ ବ୍ୟାଙ୍କଗୁଡ଼ିକରେ କିଛି ଦିନ ଛୁଟି ରହିଥାଏ । ବର୍ତ୍ତମାନ ଜୁନ୍ ମାସ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଏଥି ସହିତ ଜୁଲାଇ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକ କିଛଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଜୁଲାଇରେ ବ୍ୟାଙ୍କକୁ ଯିବା ପୂର୍ବରୁ, ବ୍ୟାଙ୍କ ଛୁଟି ଅଛି କି ନାହିଁ ଜାଣି ରଖିବା ଉଚିତ୍ । ଜୁନ୍ ଶେଷ ସୁଦ୍ଧା ବର୍ଷର ୬ ମାସ ମଧ୍ୟ ଶେଷ ହେବ । ଏହା ସହିତ ଅନେକ ଛୁଟି ମଧ୍ୟ ଜୁଲାଇରେ ଆସିବାକୁ ଯାଉଛି ।

ବ୍ୟାଙ୍କିଙ୍ଗ୍ ଛୁଟିଦିନ :-

ଜୁଲାଇରେ ଆସୁଥିବା ଛୁଟିଦିନରେ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିବାକୁ ଯାଉଛନ୍ତି । ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସମେତ ଜୁଲାଇ ୨୦୨୩ ରେ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ଗାଇଡଲାଇନ ଅନୁଯାୟୀ, ନିର୍ଦ୍ଦିଷ୍ଟ ରାଜ୍ୟ ଉପରେ ନିର୍ଭର କରି ସମସ୍ତ ସରକାରୀ ଛୁଟିଦିନ ଏବଂ କିଛି ଆଞ୍ଚଳିକ ଛୁଟିଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଆଞ୍ଚଳିକ ଛୁଟିଗୁଡିକ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଏ । ଆସନ୍ତୁ ଦେଖିବା ଜୁଲାଇ ମାସର ବ୍ୟାଙ୍କ ଛୁଟି ଲିଷ୍ଟ୍…

୪ ଜୁଲାଇ ୨୦୨୩: ରବିବାର
୫ ଜୁଲାଇ ୨୦୨୩: ଗୁରୁ ହରଗୋବିନ୍ଦ ସିଂ ଜୟନ୍ତୀ (ଜାମ୍ମୁ, ଶ୍ରୀନଗର)
୬ ଜୁଲାଇ ୨୦୨୩: ଏମଏଚଆଇପି ଦିବସ (ମିଜୋରାମ)
୮ ଜୁଲାଇ ୨୦୨୩: ଦ୍ୱିତୀୟ ଶନିବାର
୯ ଜୁଲାଇ ୨୦୨୩: ରବିବାର
୧୧ ଜୁଲାଇ ୨୦୨୩: କେର୍ ପୂଜା (ତ୍ରିପୁରା)
୧୩ ଜୁଲାଇ ୨୦୨୩: ଭାନୁ ଜୟନ୍ତୀ (ସିକ୍କିମ୍)
୧୬ ଜୁଲାଇ ୨୦୨୩: ରବିବାର
୧୭ ଜୁଲାଇ ୨୦୨୩: ୟୁ ତିରୋଟ ସିଙ୍ଗ ଡେ (ମେଘାଳୟ)
୨୨ ଜୁଲାଇ ୨୦୨୩: ଚତୁର୍ଥ ଶନିବାର
୨୩ ଜୁଲାଇ ୨୦୨୩: ରବିବାର
୨୯ ଜୁଲାଇ ୨୦୨୩: ମୁହର୍ରମ (ପ୍ରାୟ ସମସ୍ତ ରାଜ୍ୟରେ)
୩୦ ଜୁଲାଇ ୨୦୨୩: ରବିବାର
୩୧ ଜୁଲାଇ ୨୦୨୩: ଶହୀଦ ଦିବସ (ହରିୟାଣା ଏବଂ ପଞ୍ଜାବ)

Get real time updates directly on you device, subscribe now.