fbpx

ବାହାନଗାକୁ ୨ କୋଟିର ଭେଟି ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ଅନୁରୋଧ

ଭୁବନେଶ୍ୱର: ବାହାନଗାକୁ ୨ କୋଟି ଟଙ୍କାର ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାହାନଗା ଷ୍ଟେସନ ଗସ୍ତ ଅବସରରେ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଥିଲେ । ବାହାନଗାକୁ ସଂସଦ ପାଣ୍ଠିରୁ କୋଟିଏ ଟଙ୍କା ଦେବେ ଅଶ୍ୱିନୀ । ରେଳ ଫାଟକ ସହ ସ୍ଥାନୀୟ ଅଞ୍ଚଳର ବିକାଶରେ ଲାଗିବଏହି ଟଙ୍କା । ବାହାନାଗା ହସ୍ପିଟାଲର ବିକାଶ ପାଇଁ ଆଉ କୋଟିଏ ଟଙ୍କା ଘୋଷଣା କରିଛନ୍ତି ମନ୍ତ୍ରୀ । ଏହା ସହ ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଅଶ୍ୱିନୀ ଅନୁରୋଧ କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ ବାହାନଗା ଓ ବାଲେଶ୍ବରବାସୀଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି ।

ତେବେ ଏହି ଅର୍ଥ ବାହାନଗା ମେଡିକାଲ ଓ ଗାଁର ବିକାଶରେ ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ, ବାହାନଗା ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟ୍ରେନ୍ ଦୁର୍ଘଟଣା ବେଳେ ବାହାନଗାବାସୀ ଯେଉଁଭଳି ସହଯୋଗ ଓ ସହାୟତା କରିଥିଲେ, ତାହା ସବୁଠି ପ୍ରଶଂସାର ପାତ୍ର ହୋଇଥିବା ରେଳମନ୍ତ୍ରୀ କହିଛନ୍ତି । ଏହାସହ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଆହତଙ୍କୁ ରକ୍ତଦାନ ଭଳି ସମସ୍ତ ସେବା ଯୋଗାଇଥିବା ମେଡିକାଲ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବାଲେଶ୍ୱରବାସୀଙ୍କ ଋଣ କେବେ ସୁଝି ହେବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.