fbpx

ହାଇ-ଟେକ୍ ହ୍ୟାଣ୍ଡସେକ୍ ବୈଠକରୁ ଭାରତକୁ ମିଳିଲା ଫାଇଦା: ବଡ଼ ଘୋଷଣା କଲେ ଆମାଜନ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଭାରତରେ ନିବଶ କରିବାକୁ ଘୋଷଣା କରିଛନ୍ତି ଆମେରିକାର ବଡ଼ ଟେକ୍ ଜିଆଣ୍ଟ । ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ ଧାରାରେ ସାମିଲ ହେବା ପାଇଁ ଆମାଜନ୍‌, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ବିପୁଳ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛନ୍ତି ।

ଆଗାମୀ ୭ ବର୍ଷରେ ଆମାଜନ୍ ୧୫ ବିଲିୟନ ଡଲାର ଭାରତରେ ନିବେଶ କରିବ । ଯାହାପରେ ଭାରତରେ କମ୍ପାନୀର ମୋଟ୍ ନିବେଶ ୨୬ ବିଲିୟନ ଡଲାରକୁ ବୃଦ୍ଧି ପାଇବ । ସେହିପରି ଗୁଗୁଲ୍ ମଧ୍ୟ ଗୁଜରାଟରେ ଫିନ୍‌ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଘୋଷଣା କରିଛି ।

ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବୈଠକ କରି ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଲୋକମାନଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରିବ ବୋଲି କହିଛି । ବିଶ୍ୱର ଅନ୍ୟତମ ଜୀବନ୍ତ ବିକାଶକାରୀ ଏବଂ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ମଧ୍ୟରୁ ଭାରତ ହେଉଛି ଅନ୍ୟତମ ଏବଂ ମାଇକ୍ରୋସଫ୍ଟ ଭାରତୀୟ ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ଗଭୀର ଭାବରେ ପ୍ରତିବଦ୍ଧ ଅଟେ । ଯାହା ଉଭୟ ଭାରତ ଏବଂ ବିଶ୍ୱ ବଜାର ଉପରେ ପ୍ରଭାବ ପକାଇବ ।

ସେହିଭଳି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରି କହିଛନ୍ତି ଯେ, ତାଙ୍କ କମ୍ପାନୀ ଗୁଜରାଟରେ ଫିନ୍‌ଟେକ୍ ଅପରେସନ୍ ସେଣ୍ଟର ଖୋଲିବା ପାଇଁ ୧୦ ବିଲିୟନ ଡଲାର ନିବେଶ କରିବ ।

Get real time updates directly on you device, subscribe now.