fbpx

ଏୟାରଟେଲର ଖାସ ପ୍ଲାନ: ୧୪୯ ଟଙ୍କାରେ ଡାଟା ସହ ୧୫ ଦିନରୁ ଅଧିକ ମିଳିବ OTTର ଆକ୍ସେସ

ନୂଆଦିଲ୍ଲୀ: ଏୟାରଟେଲ ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନ୍ସର ଅପସନ ମିଳୁଥିବ । କମ୍ପାନୀ ଶସ୍ତା-ମହଙ୍ଗା ବହୁ କିଛି ପ୍ଲାନ ଅଫର କରୁଥିବ । ଏହି ସବୁ ବ୍ରାଣ୍ଡ କିଛି ଖାସ ପ୍ଲାନ ମଧ୍ୟ ଅଫର କରୁଛି । ଏପରି କିଛି ଖାସ୍ ପ୍ଲାନ ଉପରେ ଆମେ ଚର୍ଚ୍ଚା କାରିବାକୁ ଯାଉଛୁ । ଏହି ପ୍ଲାନ ଏଥିପାଇଁ ଖାସ ଅଟେ କାରଣ ବ୍ୟବହାରକାରୀଙ୍କୁ ୧୫ ଦିନରୁ ଅଧିକ ଓଟିଟି ପ୍ଲାଟଫର୍ମର ଆକ୍ସେସ ମିଳିବ ।

ଆମେ ଏୟାରଟେଲର ୧୪୯ ଟଙ୍କାର ପ୍ଲାନ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଏହି ପ୍ଲାନରେ କେବଳ ଡାଟା ମିଳିଥାଏ । କାରଣ ଏହା ଏକ ଡାଟା ଭାଉଚର ଅଟେ । ଏହାର ନିଜର କୌଣସି ଭାଲିଡିଟି ନାହିଁ । ବ୍ୟବହାରକାରୀଙ୍କୁ ଏହି ପ୍ଲାନରେ କୌଣସି ଭ୍ୟାଲିଡିଟି ମିଳିବ ନାହିଁ । ତେବେ ଏହି ପ୍ଲାନ ଆକ୍ଟିଭ ପ୍ଲାନର ଭ୍ୟାଲିଡିଟି ପର୍ଯ୍ୟନ୍ତ କାମ କରିବ । ଏଥିରେ ୟୁଜର୍ସଙ୍କୁ ୧ଜିବି ଡାଟା ମିଳିଥାଏ । ବ୍ୟବହାରକାରୀଙ୍କୁ ଏଥିରେ ଏୟାରଟେଲ ଏକ୍ସଟ୍ରିମ ପ୍ଲେର ଆକ୍ସେସ ମିଳିବ । ଏହା ୧୫ ଦିନରୁ ଅଧିକ ଓଟିଟି ପ୍ଲାଟଫର୍ମର ଆକ୍ସେସ ସହିତ ଆସୁଛି । ୩୦ ଦିନ ପର୍ଯ୍ୟନ୍ତ ଏହାକୁ କଞ୍ଜ୍ୟୂମର ଆକ୍ସେସ କରିପାରିବେ । ଏଥିରେ ବ୍ୟବହାରକାରୀଙ୍କୁ ସୋନୀ ଲାଇଭ୍, ଲାୟନଗେଟ ପ୍ଲେ, ଇରୋସ ନାଓ ଏବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମର ଆକ୍ସେସ ମିଳିବ ।

୧୪୮ଟଙ୍କା ରିଚାର୍ଜରେ ୧୫ଜିବି ଡାଟା ମିଳିଥାଏ । ଏହି ପ୍ଲାନର ମଧ୍ୟ ନିଜସ୍ୱ କିଛି ଭ୍ୟାଲିଡିଟି ରହିଛି । ଏୟାର ଟେଲ ଏକ୍ସଟ୍ରିମ ପ୍ଲେର ଆକ୍ସେସ ମଧ୍ୟ ମିଳିବ । ଡାଟା ଲିମିଟ ଖରାପ ହେବା ପରେ ବ୍ୟବହାରକାରୀଙ୍କୁ ପ୍ରତି ଏମବି ପିଛା ୫୦ପଇସାରେ ମିଳିବ । ଏଥିରେ ମଧ୍ୟ ୟୁଜର୍ସଙ୍କୁ ୧୫ ବର୍ଷରୁ ଅଧିକ ଓଟିଟି ପ୍ଲାଟଫର୍ମର ଆକ୍ସେସ ମିଳୁଛି ।
କେଉଁ ୟୁଜର୍ସଙ୍କ ପାଇଁ ଏହି ପ୍ଲାନ? ଏୟାରଟେଲର ଏହି ପ୍ଲାନ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଭଲ ଅପସନ ଅଟେ । ଯାହା OTTର ସବସ୍କ୍ରିପସନ ଚାହୁଁଛି । ଏଥିରେ ବ୍ୟବହାରକାରୀଙ୍କୁ ସିଙ୍ଗଲ ରିଚାର୍ଜରେ ବହୁଗୁଡିଏ ପ୍ଲାଟଫର୍ମର ଆକ୍ସେସ ମିଳିବ ।

 

Get real time updates directly on you device, subscribe now.