fbpx

ଲଗାତର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ଦିଲ୍ଲୀରେ ମହିଳାଙ୍କ ମୃତ୍ୟୁ, ମୁମ୍ବାଇରେ ଭୁଷୁଡିିଲା କୋଠା, ହିମାଚଳ ପ୍ରଦେଶରେ ଭାସିଯାଇଛି ୮ରୁ ଅଧିକ କାର୍

ନୂଆଦିଲ୍ଲୀ:ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷା ହେବା ପରେ ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କିନ୍ତୁ ଅନ୍ୟପଟେ ୩/୪ ଦିନ ଧରି ଲଗାତର ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ମୁମ୍ବାଇରେ ଭୀଷଣ ବର୍ଷାରେ କୋଠା ଧସି ପଡିବା, ପଞ୍ଚକୁଲା ନଦୀରେ କାର୍ ଭାସିଯିବା ପରି ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ନୂଆଦିଲ୍ଲୀରେ ବର୍ଷାରେ ବୁଡି ଯାଇଥବା ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୌସୁମୀ ବର୍ଷା ଆରମ୍ଭ ହେବା ମାତ୍ରେ ଦେଶର ବହୁ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଛି । ଦିଲ୍ଲୀ ଓ ମୁମ୍ବାଇରେ ଭୀଷଣ ବର୍ଷାରେ ବହୁ କ୍ଷୟ କ୍ଷତିର ଚିତ୍ର ସାମ୍ନାକୁ ଆସିବାରେ ଲାଗିଲାଣି । ମୁମ୍ବାଇରେ ଲଗାତର ଭୀଷଣ ବର୍ଷା କାରଣରୁ ଏକ କୋଠା ଭାଙ୍ଗି ପଡିଛି ଓ କୋଠା ମଧ୍ୟରେ ୨ ଜଣ ଲୋକ ଫସି ରହିଥିବାର ସୂଚନା ମିଳୁଛି । ହରିୟାଣାର ପଞ୍ଚକୁଲାରେ ଏକ କାର୍ ପ୍ରବଳ ବର୍ଷା ଯୋଗୁ ନଦୀରେ ଭାସି ଯାଇଛି । ସେହିପରି ଦିଲ୍ଲୀ ରେଲୱେ ଷ୍ଟେସନରେ ପାଣିରେ ବୁଡି ଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ହରିୟାଣାରେ ପଞ୍ଚକୁଲା ଖଡକ ମଙ୍ଗୋଲି ନିକଟରେ ପୂଜା କରିିବାକୁ ଆସିଥିବା ଜଣେ ମହିଳାଙ୍କ ଗାଡି ଭୀଷଣ ବର୍ଷାରେ ନଦୀରେ ଭାସିଯାଇଛି । ମହିଳାଙ୍କୁ ଉଦ୍ଧାର କରାଯାଇ ପଞ୍ଚକୁଲା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଏନସିଆର୍ ବ୍ୟତିତ ମୁମ୍ବାଇରେ ବି ଗତ ୨୪ ଘଣ୍ଟା ଧରି ଲଗାତର ବର୍ଷା ଜାରି ରହିଛି । ଭୀଷଣ ବର୍ଷା କାରଣରୁ ଘାଟକୋପର ସ୍ଥିତ ତ୍ରିମୂର୍ତ୍ତି କୋଠାର କିଛି ଅଂଶ ଭାଙ୍ଗି ଯାଇଛି । କୋଠା ମଧ୍ୟରେ ୨ ଜଣ ଲୋକ ଫସି ରହିଛନ୍ତି । ଫାୟାର ବ୍ରିଗେଡ୍ ଓ ଏନଡିଆରଏଫ୍ ଟିମ୍ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ନିୟୋଜିତ ହୋଇଛନ୍ତି ।

ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରେ ବର୍ଷା କାରଣରୁ ୱାଟର ଲଗିଂରେ କରେଣ୍ଟ ଆସିବାରୁ ସାକ୍ଷୀ ଆହୁଜା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମହିଳା ଜଣକ ସ୍ୱାମୀଙ୍କ ସହ କେଉଁଠାକୁ ଯିବାକୁ ଷ୍ଟେସନ ଆସିଥିଲେ । ହିମାଚଳ ପ୍ରଦେଶ କୁଲୁରେ ମଧ୍ୟ ଲଗାତର ବର୍ଷା କାରଣରୁୁ ୮ ଗୋଟି ଗାଡି ଭାସି ଯାଇଛି ।

Get real time updates directly on you device, subscribe now.