fbpx
BSKY
BJD MC SKY
BJD YOUTH SKY

ମହାପ୍ରଭୁ ଯିବେ ବୋଲି ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଲେ ସଲିମ ଶେଖ୍: ସୃଷ୍ଟି କଲେ ନିଆରା ଉଦାହରଣ

ନୁଆଦିଲ୍ଲୀ: ଘର ଆଗ ରାସ୍ତରେ ରଥ ଯିବ ବୋଲି ପତ୍ନୀଙ୍କ ଶବ ସତ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି । ଏଭଳି ଭାଇଚାର ଏବଂ ଭକ୍ତିର ଏକ ନିଆରା ଦୃଶ୍ୟ ଦେଖିବାକୁ ମିିଳିଛି ଗୁଜରାଟ ଅହମ୍ମଦାବାଦରେ । ଏଠାରେ ଗତ ୧୪୫ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁିଷ୍ଠିତ ହେଉଛି । ଏହାକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ମାସ ମାସ ଧରି ପ୍ରସ୍ତୁତି କରିଥାଏ । ଚଳିତ ବର୍ଷ ରଥଯାତ୍ରୀ ଭକ୍ତିପୁର୍ଣ୍ଣ ମାହୋଲରେ ଶାନ୍ତି ଶୃଙ୍ଖଳାର ସହିତ ହୋଇଥିଲା । ଏଥିରେ ସବୁ ଧର୍ମର ବ୍ୟକ୍ତିବିଶେଷଙ୍କ ସହଯୋଗ ଦେଖିବାକୁ ମିଳିଥିଲା ।

ତେବେ ରଥଯାତ୍ରା ଦିନ ସଲିମ ଶେଖ୍ ନାମକ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଯିଏ ସଲିମଙ୍କ କାର୍ଯ୍ୟ ବିଷୟରେ ଶୁଣୁଛି ପ୍ରଶଂସା ନକରି ରହିପାରୁନି । ଅହମ୍ମଦାବାଦର ଶାହାପୁର ଅଞ୍ଚଳରେ ରହୁଥିବା ସଲିମ ଶେଖଙ୍କ ପତ୍ନୀ ରଥ ଯାତ୍ରା ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ସଲିମ ଶେଖ ରହୁଥିବା ସ୍ଥାନରୁ ରଥ ଯାତ୍ରା ସେଠାରୁ ଆରମ୍ଭ ହେବାକୁ ଯାଉଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ସଲିମ ଶେଖ ସିଧାସଳଖ ପୋଲିସ ପାଖରେ ପହଞ୍ଚି ପୋଲିସକୁ ପୁରା କଥା କହିଥିଲେ । ସେ କହିଥିଲେ ଯେ ପତ୍ନୀଙ୍କ ମୃତଦେହକୁ ଘରକୁ ଏବଂ ପରେ ଘରୁ ଶ୍ମଶାନକୁ ନେବାକୁ ପଡିବ । ପୋଲିସ ସଲିମ ଶେଖଙ୍କୁ ପଚାରିଲା ତୁମେ ତାଙ୍କୁ କେବେ ସମାଧି ପାଇଁ ନେବ? ଏହା ଉପରେ ସଲିମ ଶେଖ କହିଥିଲେ କି ଆଜି ହେଉଛି ରଥ ଯାତ୍ରାର ପର୍ବ । ଏପରି ପରିସ୍ଥିତିରେ, ରଥ ଯାତ୍ରା ପରେ ହିଁ ସମାଧି ପାଇଁ ସେ ଶ୍ମଶାନକୁ ଯିବେ ।

ପୋଲିସକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସଲିମ ଶେଖ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ତାଙ୍କ ଦ୍ୱାର ଦେଇ ଯିବା ପର୍ଯ୍ୟନ୍ତ ଏବଂ ଶୋଭାଯାତ୍ରା ନହେବା ପର୍ଯ୍ୟନ୍ତ ସେ ତାଙ୍କ ପତ୍ନୀଙ୍କ ମୃତଦେହକୁ ତାଙ୍କ ଘରେ ରଖିଥିଲେ । ଏହା ପରେ ସେ ତାଙ୍କ ପତ୍ନୀଙ୍କୁ କବର ଦେବା ପାଇଁ ପରିବାର ଏବଂ ଘନିଷ୍ଠ ଲୋକଙ୍କ ସହିତ ଶ୍ମଶାନକୁ ଯାଇଥିଲେ । ଏଭଳି କାର୍ଯ୍ୟ ପାଇଁ ଅହମ୍ମଦାବାଦ ପୋଲିସ ସଲିମ ଶେଖଙ୍କୁ ସମ୍ମାନିତ କରିଛି, ଯିଏ ରଥ ଯାତ୍ରାର ସମ୍ବେଦନଶୀଳ ଅବସରରେ ଭାଇଚାରାର ଉଦାହରଣ ସୃଷ୍ଟି କରିଥିଲେ ।

Get real time updates directly on you device, subscribe now.