fbpx
BSKY
BJD MC SKY
BJD YOUTH SKY

୨୦୨୪ ସାଧାରଣ ନିର୍ବାଚନ ଲାଗି ବିରୋଧୀ ଦଳଙ୍କ ରଣନୀତି ଜୋରଦାର, ସାମ୍ନାକୁ ଆସିଲା ବିରୋଧୀ ଗଠବନ୍ଧନର ନାମ

ନୂଆଦିଲ୍ଲୀ:୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତିରେ ଲାଗି ପଡିଥିବା ବିରୋଧୀ ଦଳର ଗଠ ବନ୍ଧନର ନାମ ଏବେ ସାମ୍ନାକୁ ଆସିଛି । ଏହାର ନାମ ପିଡିଏ ରଖାଯାଇଛି । ଯଦିଓ ଏହା ଉପରେ ଏବେ ମୋହର ଲାଗି ନାହିଁ ତଥାପି ଏହି ନାମକୁ ନେଇ ହିଁ ଚର୍ଚ୍ଚା ହେଉଛି । ତେବେ ସିପିଆଇର ଏକ ସୂତ୍ରରୁ ବିପକ୍ଷ ଗଠବନ୍ଧନର ନାମ ପିଡିଏ ରଖାଯିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ କଂଗ୍ରେସ କହିଛି ଏ ପର୍ଯ୍ୟନ୍ତ ନାମକୁ ନେଇ କୌଣସି ସିଦ୍ଧାନ୍ତ ହୋଇନାହିଁ । ଅନ୍ୟପକ୍ଷରେ ପିଡିଏ ନାମର ପ୍ରସ୍ତାବକୁ ଖଣ୍ଡନ ବି କରାଯାଇନାହିଁ । ସିପିଆଇ ସୂତ୍ର ଅନୁଯାୟୀ ଏହି ପିଡିଏର ଅର୍ଥ ଦେଶଭକ୍ତ ଗଣତାନ୍ତ୍ରିକ ଗଠବନ୍ଧନ ରହିବ । ଏହା ପୂର୍ବରୁ ମଧ୍ୟ ଏନଡିଏର ମୁକାବିଲା କରିବାକୁ ବିପକ୍ଷ ଗଠବନ୍ଧନ( ପଛୁଆ, ଦଳିତ, ସଂଖ୍ୟା ଲଘୁଙ୍କ ଗଠବନ୍ଧନ)ର ନାମ ପିଡିଏ ଠିକ୍ ରହିବ ବୋଲି କହିଥିଲେ ।

ବିରୋଧୀ ଦଳଙ୍କ ଆଗାମୀ ବୈଠକ ୧୨ରୁ ୧୪ ଜୁଲାଇ ମଧ୍ୟରେ ସିମଳାରେ ହେବାକୁ ଅଛି । ଏହି ଦୁଇ ଦିବସୀୟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ଆଶା କରାଯାଉଛି ଯେ, ୧୫ ବିରୋଧୀ ଦଳଙ୍କ ବିପକ୍ଷ ଗଠବନ୍ଧନର ନାମ ପିଡିଏ ଏବଂ ସଂଯୋଜକ ଭାବରେ ନୀତିଶ କୁମାରଙ୍କ ନାମ ଧାର୍ଯ୍ୟ କରାଯିବ ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଦେଶର ୧୫ଟି ବିପକ୍ଷ ଦଳ ଗତ ଶୁକ୍ରବାର ପାଟନାରେ ଏକତ୍ରୀତ ହୋଇ ଏନଡିଏ ବିରୁଦ୍ଧରେ ଜୋରଦାର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ବୈଠକ ମୁଖ୍ୟମନ୍ତ୍ରୀ ଆବାସ ୧ ଅଣେ ମାର୍ଗରେ ଆୟୋଜିତ ହୋଇଥିଲା । ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମିଳିତ ଭାବରେ ପରିଚାଳନା କରିଥିଲେ ।

Get real time updates directly on you device, subscribe now.