fbpx
BSKY
BJD MC SKY
BJD YOUTH SKY

ବିଦ୍ୟାଳୟରେ ସାତ ବର୍ଷର ଅଜ୍ଞାନ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ, ନାବାଳକ ଛାତ୍ର ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶିମଲାରେ ଜଣେ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ ଖବର ସାମ୍ନାକୁ ଆସିଛି । ଉପନଗର ସମରହିଲର ଏକ ସ୍କୁଲରେ ପଢୁଥିବା ଏକ ସାତ ବର୍ଷର ଶିଶୁ ସହିତ ସେହି ବିଦ୍ୟାଳୟର ଜଣେ ନାବାଳକ ଡିଜିଟାଲ ରେପ କରିଛି । ପରିବାର ସଦସ୍ୟ ଯତେବେଳେ ଏହି କଥା ଜାଣିଲେ ସେମାନେ ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି । ଏହି ଘଟଣା ସମରହିଲ ସ୍ଥିତ ଏଚପିୟୁ ମେଡାଲ ସ୍କୁଲର ଅଟେ । ଏହି ବିଦ୍ୟାଳୟକୁ ହିମାଚଳ ୟୁନିଭର୍ସିଟି ପରିବହନ କରୁଛି ।

ପୀଡ଼ିତ ଶିଶୁର ମାଆ ଏହି ଅପରାଧ ହୋଇଥିବାର ସୂଚନା ଦେଇଛନ୍ତି । ତାଙ୍କ ଶିଶୁ ସହ ଯିଏ ଏପରି ଦୁଷ୍କର୍ମ କରିଛି ସେ ସେହି ବିଦ୍ୟାଳୟର ଜଣେ ୧୨ ବର୍ଷୀୟ ନାବାଳକ। ଅଭିଯୋଗରେ କୁହାଯାଇଛି ଯେ, ଅଭିଯୁକ୍ତ ଛାତ୍ର ଶିଶୁର ଅଶ୍ଳିଳ ଯୌନ ଇଙ୍ଗିତ କରିଛନ୍ତି । ମହିଳା ପୋଲିସ ଥାନାରେ ଅଭିଯୋଗ ଦ୍ୱାରା ଆଇପିସି ଧାରା ୩୭୬, ୫୦୬ ପୋସ୍କୋ ଆକ୍ଟ ଦ୍ୱାରା ମାମଲା ରୁଜୁ କରାଯାଇଛି ।

ପୋଲିସ ମୁତାବକ ଏହି ମାମଲା ସମ୍ବନ୍ଧରେ ବିଦ୍ୟାଳୟର ଷ୍ଟାଫ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ପଚରାଉଚରା କରାଯାଉଛି । ଏହା ସହ ସିସିଟିଭି ଫୁଟେଜ ମଧ୍ୟ ଚେକ୍ କରାଯିବ । ଡିଜିଟାଲ ରେପର ଅର୍ଥ ହେଉଛି ଯେକୌଣସି ବ୍ୟକ୍ତି କୌଣସି ମହିଳା ବା ଶିଶୁଙ୍କ ପ୍ରାଇଭେଟ ପାର୍ଟରେ ତାଙ୍କ ବିନା ଅନୁମତିରେ ଯଦି ସ୍ପର୍ଷ କରେ ତେବେ ତାହାକୁ ଡିଜିଟାଲ ରେପ କୁହାଯାଏ । ବିଦେଶ ଭଳି ଭାରତରେ ମଧ୍ୟ ଏହାକୁ ଅପରାଧ ଶ୍ରେଣୀରେ ରଖାଯାଇଛି ଏବଂ ଏହା ବିରୋଧରେ ଆଇନ ତିଆରି ହୋଇଛି ।

Get real time updates directly on you device, subscribe now.