fbpx
BSKY
BJD MC SKY
BJD YOUTH SKY

ବର୍ଷା ଦିନେ ଏହି ଖାଦ୍ୟଠାରୁ ଦୁରେଇ ରୁହନ୍ତୁ, ନଚେତ ଭୋଗି ପାରନ୍ତି ଦୁର୍ଦ୍ଦଶା

ଓଡ଼ିଶା ଭାସ୍କର: ବର୍ଷାଦିନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର, ନଚେତ ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ। ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ଅନେକ ସଂଗ୍ରାମ ରୋଗ ହୋଇଥାଏ। ଏନେଇ ବାହାର ଜିନିଷ ବା ଖାଦ୍ୟ ପଦାର୍ଥଠାରୂ ଦୂରେଇ ରହିବା ସହ ଘରୋଇ ଖାଦ୍ୟରେ ଧ୍ୟାନ ଦେବା ନିହାତି ଜରୁରୀ। ତେବେ ଅନେକ ଖାଦ୍ୟ ଅଛି ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ତାହା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାରିବା ବର୍ଷାଦିନେ କଣ ଖାଇବା ଅନୁଚିତ୍…

୧ .ମାଛ-: ବର୍ଷା ଋତୁରେ ନଦୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି। ବର୍ଷା ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ। ଏହି କାରଣରୁ ବର୍ଷା ଦିନରେ ସାମୁଦ୍ରିକ ମାଛ ଖାଇବା କ୍ଷତିକାରକ ହୋଇପାରେ। ଆପଣ ସଜ ମାଛ ବା ଚିକେନ, ମଟନ ଖାଇପାରିବେ।

୨. ଶାଗ-: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ। ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ। ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ।

୩.ବାସିଖାଦ୍ୟ-: ବର୍ଷା ଦିନେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କାରଣ ବର୍ଷା ଋତୁରେ ହ୍ୟୁମିଡିଟି ବହୁତ ଅଧିକ ରହେ। ଫଳରେ ରାତିର ବଳକା ଖାଦ୍ୟ ୬ ଘଣ୍ଟାରେ ପଚିବା ଆରମ୍ଭ ହୋଇଯାଏ ଓ ଖରାପ ହୋଇଯାଏ। ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ । ତେଣୁ ବର୍ଷା ଦିନେ କେବଳ ଗରମ ଖାଦ୍ୟ ଖାଆନ୍ତୁ।

୪.ଛଣା ଖାଦ୍ୟ-: ବର୍ଷା ଦିନେ ପ୍ରାୟ ସମସ୍ତେ ପକୋଡ଼ା, ଆଳୁଚପ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି। ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଖାଆନ୍ତି। କିନ୍ତୁ ଜାଣନ୍ତି କି ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ। ଏପରିକି ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ। ଗରିଷ୍ଠ ଏବଂ ତେଲରେ ଛଣା ଖାଦ୍ୟ ମଧ୍ୟ ବର୍ଜନୀୟ, ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ।

୫.ଚାଟ୍‌-: ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌। ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର।

୬.ଫାଷ୍ଟ୍‍ ଫୁଡ୍‌ -: ଆଜିକାଲି ରାସ୍ତା କଡ଼ରେ ବିକ୍ରି ହେଉଥିବା ଚାଓମିନ୍‌, ମୋମୋ, ନୁଡୁଲ୍‌ସ୍‌ ଆଦି ଚାଇନିଜ୍‌ ଖାଦ୍ୟ ସମସ୍ତଙ୍କର ବହୁତ ପ୍ରିୟ। ଅନେକ ସମୟରେ ଅବିଶୋଧିତ ପାଣିରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ତାହା ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି। ଚାଇନିଜ୍‌ ଖାଦ୍ୟରେ ମୋନାସୋଡିୟମ୍‌ ପରିମାଣ ଅଧିକ ଥିବାରୁ ଶରୀରରେ ଶ୍ୱାସକ୍ରିୟା ସମସ୍ୟା, ମୁଣ୍ଡବିନ୍ଧା, ଅଧକପାଳି, ଅରୁଚି, ପାଟି ଜଳାପୋଡ଼ା, ପେଟବ୍ୟଥା ଆଦି ରୋଗ ସୃଷ୍ଟି ହୋଇଥାଏ। ବର୍ଷା ସମୟରେ ଏହାର କୁପ୍ରଭାବ ଅଧିକ ଦେଖାଯାଇଥାଏ।

୭.ଦହି ଓ କ୍ଷୀର -: ବର୍ଷା ଋତୁରେ ଦହି ତଥା କ୍ଷୀର ଜାତୀୟ ଖାଦ୍ୟ ଦ୍ରବ୍ୟ ଅତ୍ୟନ୍ତ ସତର୍କତାର ସହିତ ଖାଇବା ଉଚିତ। କଫ ହେଉଥିବା ଲୋକେ ଅଧିକ ସତର୍କ ରହିବାଟା ଭଲ। ବର୍ଷା ଋତୁରେ ଉଷୁମ କ୍ଷୀରରେ ସମାନ୍ୟ ହଳଦୀ ପକାଇ ପିଇବାଟା ଦେହ ପାଇଁ ହିତକର ବୋଲି କୁହାଯାଏ।

୮. ଜୁସ୍‌ -: ବର୍ଷା ଋତୁରେ ଜୁସ୍‌ ପିଇଲେ ତାହା ଠିକ୍‌ ଭାବେ ହଜମ ହୋଇନଥାଏ। ବହୁ ସ୍ଥାନରେ ପଚାଶଢ଼ା ଫଳକୁ କାଟି ବହୁ ସମୟ ଧରି ରଖି ପରେ ଜୁସ୍‌ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି, ଯାହାକୁ ପିଇବା ଦ୍ଵାରା ବିପଦଜନକ ହୋଇପାରେ। ଏହାଦ୍ୱାରା ଝାଡ଼ାବାନ୍ତି ମଧ୍ୟ ହୋଇପାରେ। ବର୍ଷାଋତୁ ଆରମ୍ଭ ହେଲା ପରେ ଆମ୍ବ ଖାଇବା ବନ୍ଦ କରିଦେବା ଉଚିତ। ଅମୃତଭଣ୍ଡା, ନାସ୍‌ପାତି, କଦଳୀ ତଥା କୋଳି ଜାତୀୟ ଫଳ ଖାଇପାରିବା।

Get real time updates directly on you device, subscribe now.