fbpx

ଫିଲ୍ମ ଷ୍ଟାଇଲରେ ପଞ୍ଚକୁଲା ବନ୍ୟାର ପାଣି ଭିତରୁ ଉଦ୍ଧାର ହେଲେ ମହିଳା: କିନ୍ତୁ ଭାସିଗଲା କାର୍

ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୁଲାରେ ହଠାତ ଏକ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ଛାରଖାର କରି ଦେଇଛି । ଏହି ବନ୍ୟାରେ ଅନେକ କିଛି ଆସବାବପତ୍ର ଭାସି ଯାଇଛି । ଏହା ଭିତରେ ଏକ କାର ମଧ୍ୟ ଭାସି ଯାଉଥିବାର ଦେଖାଯାଇଥିଲା, ଯେଉଁଥିରେ ଜଣେ ମହିଳା ଫସି ରହିଥିଲେ । ପାଖ ମନ୍ଦିରରୁ ଫେରିବା ସମୟରେ ଜଳସ୍ତର ବୃଦ୍ଧି ପାଇବାରୁ ସେ କାର ଭିତରୁ ବାହାରି ପାରି ନଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଏକ ଫିଲ୍ମ ଷ୍ଟାଇଲରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ହଠାତ ଏହି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରୁ ପରିସ୍ଥିତି ଅଣାୟତ୍ତ ହୋଇ ଯାଇଥିଲା । କାର ଭିତରେ ମହିଳା ଜଣକ ଫସି ରହି ଚିତ୍କାର କରିଥିଲେ । ଏହାପରେ ସେଠାରେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ବନ୍ୟା ପାଣିରେ କାରଟି ଭାସିବା ଦେଖି ସାଙ୍ଗେ ସାଙ୍ଗେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାରକାରୀ ଦଳ ଦେଖିଥିଲେ ଯେ, ସେଠାରେ ପାହାଚ ଖୁବ କମ୍ ରହିଥିଲା, ଯାହା ତାଙ୍କୁ ପାଣି ମଝିରେ ଫସି ରହିଥିବା କାର ଏବଂ ମହିଳାଙ୍କ ପାଖରେ ପହଞ୍ଚାଇପାରିବ । ଏହାପରେ ଜଣେ ବ୍ୟକ୍ତି ରେସ୍କ୍ୟ ଟିମର ଗାଡିରୁ ଦଉଡି ବାହାର କରିଥିଲେ । ଏହି ଦଉଡିକୁ ପାଖ ପୋଲରେ ବାନ୍ଧି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫିଲ୍ମ ଷ୍ଟାଇଲରେ ମହିଳାଙ୍କୁ ବଞ୍ଚାଇବା ପାଇଁ ଏହି ଦଉଡି ସାହାଯ୍ୟରେ ପାଣି ଭିତରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ ।

ଏକ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଏବଂ ସାହସ ଯୋଗୁଁ ନିଜ ଚେଷ୍ଟାରେ ସଫଳ ହୋଇଛନ୍ତି ରେସ୍କ୍ୟୁ ଟିମ୍ ଓ ସ୍ଥାନୀୟ ଲୋକେ । ବନ୍ୟାର ପ୍ରବଳ ପାଣି ସୁଅରେ ସଂଘର୍ଷ କରୁଥିବା ମହିଳାଙ୍କୁ କାର ଭିତରୁ ସଫଳତାର ସହ ଉଦ୍ଧାର କରାଯାଇଛି । ତେବେ ସୌଭାଗ୍ୟ ବଶତଃ ମହିଳା ଜଣକ ଜୀବନ ରକ୍ଷା ପାଇ ଯାଇଛନ୍ତି । ନଚେତ୍ ପାଖ ପୋଲକୁ ଧକ୍କା ଦେଇ ପାଣିର ପ୍ରଖର ସ୍ରୋତରେ ଭାସିଯିବା ପୂର୍ବରୁ ଅଟକି ଯାଇଥିଲା ମହିଳାଙ୍କ କାର୍ । ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହାବ୍ୟତୀତ ଉଦ୍ଧାରକାରୀ ଦଳ ମହିଳାଙ୍କ କାରଟିକୁ ମଧ୍ୟ ପାଣି ଭିତରୁ ବାହାର କରିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.