fbpx

ଢେଙ୍କାନାଳ ଜିଲ୍ଲାର ଗଁଦିଆରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ବିଶ୍ୱସ୍ତରୀୟ ହେବ କପିଳାସ ପ୍ରସିଦ୍ଧ ଶୈବପୀଠ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଆଜି ଢେଙ୍କାନାଳ ଜିଲ୍ଲାର ଗଁଦିଆରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଓ ଗରିବକଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ବିଶେଷକରି ଗରିବମାନେ ଉପକୃତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳାରେ ରନ୍ଧନ ଗ୍ୟାସ ଯୋଗାଣ ଭଳି ଯୋଜନା ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି । ତେବେ ରାଜ୍ୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ । ରାଜ୍ୟରେ ବାରମ୍ବାର ବିଜୁଳି କାଟକୁ ନେଇ ସେ ଉଦ୍‍ବେଗ ପ୍ରକାଶ କରିଛନ୍ତି ।

 

ଢେଙ୍କାନାଳ ଜିଲ୍ଲାସ୍ଥିତ ୧୪ ଶହ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ କପିଳାସକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଏଏସ୍‍ଆଇ ପକ୍ଷରୁ ଏହି ମନ୍ଦିରର ପୁନନିର୍ମାଣ କାର୍ଯ୍ୟ ଚାଲିଛି, ଖୁବ୍‍ ଶୀଘ୍ର ଏହାର ବିକାଶ ପାଇଁ ବିସ୍ତୃତ ଭାବରେ ଯୋଜନା ପ୍ରସ୍ତୁତ କରାଯିବ । ଏହାସହ ଢେଙ୍କାନାଳରେ ବେଦ ଓ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.