fbpx

ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର):ଲକ ଡାଉନ ପାଇଁ ମୋଟର ଯାନ ଆଇନରେ ସଂଶୋଧନ କରିଛନ୍ତି ସରକାର । ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ । ଅବଶ୍ୟ ଜୁନ ୩୦ ତାରିଖ ଯାଏ ଏହି ନୂଆ ନିୟମ ଲାଗୁ ହେବ । କେନ୍ଦ୍ରସରକାର ଲକଡାଉନ ୩.୦ ପାଇଁ ଏହା ଲାଗୁକରିଛନ୍ତି । ଏବେ ଆପଣଙ୍କ ପୁରୁଣା ଡକ୍ୟୁମେଣ୍ଟର ବୈଧତା ଜୁନ ୩୦ ଯାଏ ରହିବ । ଏଥିରେ କୈାଣସି ରିନ୍ୟୁ କରିବାର ଆବଶ୍ୟକତା ନାହିଁ । କିନ୍ତୁ ଏହାର ଲାଭ ଗ୍ରୀନ ଓ ଅରେଂଜ ଜୋନରେ ଗାଡି ଚଲାଉଥିବା ଲୋକେ ହିଁ ପାଇପାରିବେ । ରେଡ ଜୋନରେ ଗାଡି ଚଲାିବାରେ ପ୍ରତିବନ୍ଧକ ଥିବାରୁ ଏହା ଲାଗୁ ହେବ ନାହିଁ । ପୂର୍ବରୁ ଗାଡି ସମ୍ବନ୍ଧୀୟ କାଗଜପତ୍ର ନବୀକରଣର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା । ମାତ୍ର ଲକ ଡାଉନ ପାଇଁ ଏଥିରେ କୋହଳ କରାଯାଇଥିଲା । କିନ୍ତୁ ବିନା ହେଲେମେଟରେ ଯାତ୍ରା,ମଦ ପିଇ ଗାଡିଚଲାଇବା,୩ଜଣ ବସି ଯିବା ,ସିଟବେଲ୍ଟ ନବାନ୍ଧିବା ଓ ରଙ୍ଗରୁଟରେ ଗାଡି ଚଲାଇବା ଉପରେ ଫାଇନ ହୋଇପାରିବ ।

Get real time updates directly on you device, subscribe now.