fbpx

ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ ! ମୌସୁମୀ ସକ୍ରିୟ ରହିବ ବୋଲି ଅନୁମାନ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ କଟକ, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ କମ୍‍ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି । ରାଜ୍ୟର ସବୁ ଅଞ୍ଚଳରେ ପାଗ ମେଘୁଆ ରହିବ, ହେଲେ ମୌସୁମୀ ସକ୍ରିୟ ରହିବ ନାହିଁ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ରାଜ୍ୟରେ ଚଳିତବର୍ଷ ମୌସୁମୀ ପ୍ରବାହ ଏବଂ ବର୍ଷା ବିଗତ ବର୍ଷଠାରୁ ବିଳମ୍ବ ଥିଲେ ମଧ୍ୟ ଚଳିତମାସରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କେତେକ ଜାଗାରେ ଅଧିକ ଆଉ କେତେକ ସ୍ଥାନରେ କମ୍‍ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୦୧୧ ମସିହାରୁ ୨୦୨୩ ମସିହା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେଇନଥିଲା ।

ଶେଷଥର ପାଇଁ ୨୦୧୯ ମସିହା ଜୁନ୍‍ ମାସ ୨୧ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବାବେଳେ ଅବଶିଷ୍ଟ ବର୍ଷ ଗୁଡ଼ିକରେ ଜୁନ୍‍ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ଦେଖାଦେଇଥିଲା ।

ଚଳିତ ମାସ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାକୁ ଛୁଇଁଥିଲା । ସେତେବେଳକୁ ରାଜ୍ୟର ନିଅଣ୍ଟିଆ ବର୍ଷାର ପରିମାଣ ୮୦ ପ୍ରତିଶତ ଥିଲା । ହେଲେ ମୌସୁମୀ ଛୁଇଁବାର ୫ ଦିନ ପରେ ଗତକାଲି ସୁଦ୍ଧା ରାଜ୍ୟରେ ୧୪୬ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ଠାରୁ ୧୯ ପ୍ରତିଶତ କମ୍‍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.