fbpx

ଗ୍ରାହକ ଏବେ ଭାରି ଖୁସି! ଟମାଟୋ କେଜି ୨୫ ଟଙ୍କା, ଶସ୍ତାରେ ବିକ୍ରି କରିବାକୁ ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶର ଅଧିକାଂଶ ରାଜ୍ୟରେ ଏବେ ଟମାଟୋ କିଲୋ ୧୦୦ ଟଙ୍କା ଟପି ଯାଇଛି । ଟମାଟୋ ଦର ବୃଦ୍ଧି କାରଣରୁ ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଗୋଟିଏ ସପ୍ତାହ ପୂର୍ବରୁ ପାଖାପାଖି ୫୦ ଟଙ୍କା ଥିବା ଟମାଟୋ ଦର ବର୍ଷା ପରେ ସେଞ୍ଚୁରୀ ମାରିଛି । ତେବେ ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଟମାଟୋ କିଲୋ ଏଣିକି ୫୦ ଟଙ୍କାରେ ବିକ୍ରି କରାଯିବ ।

ସୂଚନା ମୁତାବକ, ଟମାଟୋ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ ସରକାର କେଜି ପ୍ରତି ୫୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ମାସ ପୂର୍ବରୁ ମଣ୍ଡିରେ କିଲେ ଟମାଟୋ ମାତ୍ର ୫ ଟଙ୍କାରେ ମିଳୁଥିବା ବେଳେ ଏବେ ୧୦୦ ଟପିଯାଇଛି । ଫଳରେ ଲୋକମାନେ କିଲେ ନେବା ବଦଳରେ ୨୫୦ ଗ୍ରାମ ନେଇ ଚଳେଇ ଦେଉଛନ୍ତି । ଟମାଟୋର ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କ ରୋଷେଇ ଘରର ବଜେଟକୁ ବିଗାଡ଼ି ଦେଇଛି ।

ସାରା ଦେଶର କଥା ବିଚାର କଲେ ପ୍ରୟାଗରାଜରେ ଟମାଟୋ କେଜି ପ୍ରତି ୧୧୦ ଟଙ୍କା, କୋଲକତାରେ ୯୧ ଟଙ୍କା, ଡେରାଡୁନରେ ୮୦ ଟଙ୍କା, ବିଶାଖାପଟନମରେ ୭୮ ଟଙ୍କା, ବେଙ୍ଗାଲୁରୁରେ ୭୫ ଟଙ୍କା, ଚେନ୍ନାଇରେ ୭୩ ଟଙ୍କା, ଦିଲ୍ଲୀରେ ୭୨ ଟଙ୍କା, ଗୁୱାହାଟୀରେ ୭୦ ଟଙ୍କା, ମୁମ୍ବାଇରେ ୪୭ ଟଙ୍କା, ଇନ୍ଦୋରରେ ୪୪ ଟଙ୍କା, ଆଗ୍ରାରେ ୪୧ ଟଙ୍କା, ପୁଣେରେ ୪୧ ଟଙ୍କା, ପାଟନାରେ ୪୦ ଟଙ୍କା, ହାଇଦ୍ରାବାଦରେ ୨୫ ଟଙ୍କା ରହିଛି ।

Get real time updates directly on you device, subscribe now.