fbpx

ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା, ସୁରକ୍ଷା ପାଇଁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭ା୫: ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣା ଘଟିଥିଲା । ଏହି ଗ୍ୟାସ ଲିକ ଘଟଣାରେ ୮ଜଣଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି । ଏହାସହ କେନ୍ଦ୍ର ଗୃହମନ୍ତ୍ରାଳୟ ସହ କଥା ହେବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସେଠାକାର ସ୍ଥିତି ଅନୁଧ୍ୟାନ ସହ ସହାୟତା ପ୍ରଦାନ କରାଯାଉଛି । ଲୋକଙ୍କ ସୁରକ୍ଷା ଓ କଲ୍ୟାଣ କାମନା କରିଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.