fbpx

SBI ରେ ଆକାଉଣ୍ଟ ଅଛି କି? ଏହିସବୁ ମାଗଣା ସୁବିଧା ଦେଉଛି ବ୍ୟାଙ୍କ, ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଦେଶର ପ୍ରତ୍ୟେକ ଗଳିକନ୍ଦିରେ ଏହି ବ୍ୟାଙ୍କର ଶାଖା ସୃଷ୍ଟି ହୋଇଛି, ତେଣୁ ଏ ମାମଲାରେ ଅନ୍ୟ ବ୍ୟାଙ୍କ ତୁଳନାରେ ଏହା ଖୁବ ଆଗରେ ରହିଛି । ଏହାସହିତ ଷ୍ଟେଟ ବ୍ୟାଙ୍କରେ ସର୍ବାଧିକ ଗ୍ରାହକ ମଧ୍ୟ ଯୋଡି ହୋଇଛନ୍ତି । ମୁଖ୍ୟତଃ ୩ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ସୁବିଧା ଯୋଗାଇ ଦେଉଛି ଏସବିଆଇ । ତେବେ ଗ୍ରାହକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି । ଏହାବ୍ୟତୀତ ଏଥିରେ ଆକାଉଣ୍ଟ ଖୋଲିବା ଦ୍ୱାରା ଆହୁରି ଅନେକ ଫାଇଦା ମଧ୍ୟ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।

ଏସବିଆଇର ଅଫିସିଆଲ ୱେବସାଇଟରୁ ମିଳିଥିବା ରିପୋର୍ଟ ଅନୁସାରେ, ଯେକୌଣସି ବ୍ୟକ୍ତି କେୱାଇସି ଦ୍ୱାରା ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ବ୍ୟାଙ୍କର ସମସ୍ତ ବ୍ରାଞ୍ଚରେ ଏହା ଉପଲବ୍ଧ ରହିଛି । ତେବେ କମ୍ ରୋଜଗାର କରୁଥିବା ଲୋକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ସର୍ବନିମ୍ନ ସନ୍ତୁଳନ ବଜାୟ ନ ରଖି ଏହି ସୁବିଧା ପାଇପାରିବେ । ଏଥିସହିତ ଟଙ୍କା ଜମା କରିବାର ଅତ୍ୟଧିକ ସୀମା ମଧ୍ୟ ରଖାଯାଇ ନାହିଁ । ଏଥିରେ କଷ୍ଟମରଙ୍କୁ ନିଜ ମୌଳିକ ରୁପେ ଏଟିଏମ କାର୍ଡ ଏବଂ ଡେବିଟ କାର୍ଡ ମଧ୍ୟ ପ୍ରଦାନ କରାଯାଏ । ତେବେ ଏହି ଆକାଉଣ୍ଟର ଚେକବୁକ ସୁବିଧା ଉପଲବ୍ଧ ନାହିଁ । ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ୧୮ ବର୍ଷରୁ ଅଧିକ କୌଣସି ବି ବ୍ୟକ୍ତି ଖୋଲିପାରିବେ । ଏହି ଆକାଉଣ୍ଟ ଖୋଲିବା ପାଇଁ କେୱାଇସି ବାଧ୍ୟତାମୂଳକ ରଖାଯାଇନାହିଁ । କେୱାଇସି ପାଇଁ କୌଣସି ଡକୁମେଣ୍ଟ ନଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରିଛି ବ୍ୟାଙ୍କ ।

ତେବେ ପ୍ରଥମେ କେୱାଇସି ଆକାଉଣ୍ଟ ଦେବା ପରେ ମଧ୍ୟ ଏହାକୁ ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟରେ ପରିବର୍ତ୍ତନ କରାଇ ପାରିବେ । ଏହି ଆକାଉଣ୍ଟରେ ଗ୍ରାହକଙ୍କୁ ସାଧାରଣତଃ ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟରେ ମିଳୁଥିବା ସୁବିଧା ଉପଲବ୍ଧ ହୋଇପାରିବ । କିନ୍ତୁ ଏଥିରେ କିଛି ସୀମା ରଖାଯାଇଛି, ଏଥିରେ ୫୦ ହଜାର ଟଙ୍କା ସର୍ବାଧିକ ବାଲାନ୍ସ ରଖିପାରିବେ । ଷ୍ଟେଟ ବ୍ୟାଙ୍କର ଏହି ଆକାଉଣ୍ଟ ଆପଣଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ, ଏସଏମଏସ ଆଲର୍ଟ, ଇଣ୍ଟରନେଟ ବ୍ୟାଙ୍କ, ୟୋନୋ, ଷ୍ଟେଟ ବ୍ୟାଙ୍କ ଆନିୱେୟର, ଏସବିଆଇ କ୍ୱିକ ମିସଡକଲ ଆଦି ସୁବିଧା ଉପଲବ୍ଧ କରାଯାଇଛି । ଏହି ଆକାଉଣ୍ଟରେ ଆପଣଙ୍କୁ ଏକ ଆର୍ଥିକ ବର୍ଷ ସମୟରେ ୧୦ଟି ଚେକ୍ ମାଗଣା ମିଳିଥାଏ । ଏହାପରେ ୧୦ ଚେକ୍ ର ମୂଲ୍ୟ ୪୦ ଟଭ୍କା ସହିତ ଜିଏସଟି ଏବଂ ୨୫ ଚେକ୍ ର ମୂଲ୍ୟ ୭୫ ଟଙ୍କା ସହିତ ଜିଲସଟି ରହିଥାଏ ।

Get real time updates directly on you device, subscribe now.