fbpx

‘Rate Limit Exceeded’କୁ ନେଇ ଚିନ୍ତାରେ ଟ୍ୱିଟର ୟୁଜର: ସାରା ବିଶ୍ୱରେ ଦେଖାଦେଉଛି ବିଭିନ୍ନ ସମସ୍ୟା

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏବେ ଦେଖା ଦେଇଛି ଏକ ବିରାଟ ସମସ୍ୟା । ଯେଉଁଥିପାଇଁ ସାରା ବିଶ୍ୱର ୟୁଜରଙ୍କୁ ଟ୍ୱିଟ କରିବା ସହିତ କୌଣସି ଆକାଉଣ୍ଟକୁ ଫଲୋ କରିବା ଇତ୍ୟାଦିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଟ୍ୱିଟରର କାର୍ଯ୍ୟକଳାପ ସହ ଜଡିତ ଏକ ସମସ୍ୟା ଯୋଗୁଁ ୟୁଜରମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣିବାକୁ ମିଳିଛି । ଏହି ସମସ୍ୟା ଯୋଗୁଁ ୟୁଜରମାନେ କୌଣସି ଟ୍ୱିଟ କରି ପାରୁନାହାନ୍ତି କିମ୍ବା କୌଣସି ଆକାଉଣ୍ଟକୁ ଫଲୋ ମଧ୍ୟ କରି ପାରୁନାହାନ୍ତି ।

ଏହି ସମସ୍ୟାକୁ ନେଇ ସେମାନଙ୍କୁ ‘ରେଟ୍ ଲିମିଟ ଏକ୍ସିଡେଡ’ର ୱାର୍ଣ୍ଣିଂ ମିଳୁଥିବା କିଛି ୟୁଜର ଅଭିଯୋଗ କରିଛନ୍ତି । ଅର୍ଥାତ୍ ୟୁଜରମାନେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟ୍ୱିଟ କିମ୍ବା ନୂଆ ଆକାଉଣ୍ଟକୁ ଫଲୋ କରିବାର ସଂଖ୍ୟା ବା ସୀମାକୁ ଅତିକ୍ରମ କରି ସାରିଛନ୍ତି । ଏହାପରେ ସେମାନେ କୌଣସି ଟ୍ୱିଟ କିମ୍ବା ଫଲୋ କରି ପାରିବେ ନାହିଁ । ତେବେ ଏହା କେବଳ ଜଣେ କିମ୍ବା ଦୁଇ ଜଣ ୟୁଜରଙ୍କ ସହ ଘଟିନାହିଁ । ସମଗ୍ର ବିଶ୍ୱର ବିଭିନ୍ନ ୟୁଜର ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ଯାହାକୁ ନେଇ ୟୁଜରମାନେ ଅସନ୍ତୋଷ ଜାହିର କରିଛନ୍ତି ।

Get real time updates directly on you device, subscribe now.