fbpx

(Video) ଭକ୍ତଙ୍କ ହାତରୁ କ୍ଷୀର ପିଉଛନ୍ତି ବାବା ଭୋଳାନାଥଙ୍କ ସହ ମାତା ପାର୍ବତୀ: ସାଙ୍ଗରେ ନନ୍ଦୀ ମହାରାଜ ବି…

ମୁରୈନା: ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ଏହି ମାସକୁ ଦେବ ଦେବ ମହାଦେବଙ୍କ ମାସ ବୋଲି କୁହାଯାଏ । ଶ୍ରାବଣ ମାସରେ ଭୋଳାନଥଙ୍କୁ ପୂଜାର୍ଚ୍ଚନା କଲେ ଉପରେ ସେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ ଏକ ଅଦ୍ଭୁତ ଘଟଣା ଏବେ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ । ଏଠାରେ ମାତା ପାର୍ବତୀଙ୍କ ଏବଂ ନନ୍ଦୀ ମହାରାଜଙ୍କ ସହ ଆବିର୍ଭାବ ହୋଇଛନ୍ତି ସ୍ୱୟଂ ପ୍ରଭୂ ଶିବଶଙ୍କର । ଭକ୍ତଙ୍କୁ ଦର୍ଶନ ଦେବା ସହିତ ସେମାନଙ୍କ ହାତରୁ କ୍ଷୀର ମଧ୍ୟ ପିଉଛନ୍ତି ଭକ୍ତବତ୍ସଳ ଭୋଳାବାବା । ତେଣୁ ନୀଳକଣ୍ଠଙ୍କୁ ହାତରେ ଟିକିଏ କ୍ଷୀର ପିଆଇ ଦେବା ପାଇଁ ସେଠାରେ ଲୋକଙ୍କ ଭିଡ ଲାଗିଯାଇଛି ।

ମୁରୈନା ଜିଲ୍ଲାର ମଡେଲ ସ୍କୁଲ ନିକଟସ୍ଥ ମାତା ଶୀତଳାଙ୍କ ମନ୍ଦିରରେ ଏଭଳି ଅଲୌକିକ ଘଟଣା ଘଟିଛି । ଯେଉଁଠି ପ୍ରଭୂ ନୀଳକଣ୍ଠ ଦେବୀ ପାର୍ମତୀ ଏବଂ ନନ୍ଦୀଙ୍କ ସହ ଆସି ଭକ୍ତଙ୍କ ହାତରୁ କ୍ଷୀର ପାନ କରୁଛନ୍ତି । ବର୍ତ୍ତମାନ ବାବାଙ୍କୁ ଟିକିଏ କ୍ଷୀର ପିଆଇ ଦେବା ପାଇଁ ଶ୍ରଦ୍ଧାଳୁ ହାତରେ କ୍ଷୀର ଏବଂ ଚାମଚ ଧରି ଭିଡ ଲଗାଇଛନ୍ତି । ତେବେ ଏହି ଘଟଣା ପ୍ରଥମେ ଜଣେ ମହିଳାଙ୍କୁ ଜଣା ପଡିଥିଲା । ମହିଳାଙ୍କ କହିବା ଅନୁସାରେ, ମଧ୍ୟାହ୍ନରେ ଗ୍ୱାଲିୟରରୁ ତାଙ୍କ ପାଖକୁ ଏକ ଫୋନ ଆସିଥିଲା ଏବଂ କେହି ଜଣେ ଏ ବିଷୟରେ କହିଥିଲେ । ତାଙ୍କୁ କେହି ଜଣେ ଫୋନରେ କହିଥିଲେ ଯେ, ଭଗବାନ ଶିବ-ମା’ ପାର୍ବତୀ ଏବଂ ନନ୍ଦୀ ମହାରାଜ କ୍ଷୀର ପାନ କରୁଛନ୍ତି । ଏହା ଶୁଣି ସେ ଶୀତଳା ମାତାଙ୍କ ମନ୍ଦିରକୁ ଚାଲି ଆସିଥିଲେ । ତେବେ ଏଠାକୁ ଆସିବା ପରେ ସେ ଭଗବାନଙ୍କୁ କ୍ଷୀର ପିଆଇଥିଲେ ଏବଂ ଯାହା ଦେଖିଲେ ନିଜକୁ ମଧ୍ୟ ବିଶ୍ୱାସ କରିପାରି ନଥିଲେ ଏହି ମହିଳା ।

ବାବା ଭୋଳାନାଥଙ୍କ ସହ ମାତା ପାର୍ବତୀ ଏବଂ ନନ୍ଦୀ ବାବା ମଧ୍ୟ ମହିଳାଙ୍କ ହାତରୁ କ୍ଷୀର ପାନ କରିଥିଲେ । ତେବେ ଏହି ଘଟଣା କିଛି ସମୟ ଭିତରେ ସାରା ଅଞ୍ଚଳରେ ଖେଳି ଯାଇଥିଲା । ତେଣୁ ସମସ୍ତେ ହାତରେ କ୍ଷୀର ଧରି ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ତେବେ କୁହାଯାଉଛି ଯେ, ବାବା ସମସ୍ତଙ୍କ ହାତରୁ କ୍ଷୀର ପାନ କରୁଛନ୍ତି । ତେବେ ଭୋଳାନାଥଙ୍କ କ୍ଷୀର ପିଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳିଯୁଗରେ ଏପରି ଘଟଣା ଘଟିବାକୁ ଏକ ଚମତ୍କାର ବୋଲି କହିଛନ୍ତି ସମସ୍ତ ଶ୍ରଦ୍ଧାଳୁ । ବର୍ତ୍ତମାନ ଶୀତଳା ମନ୍ଦିରକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି ।

Get real time updates directly on you device, subscribe now.