ମୁଖ୍ୟ ଶାସନ ସଚିବଙ୍କ ସମେତ ଏଏସ୍‌ଆଇ ଡିଜିଙ୍କୁ ନୋଟିସ କଲେ ହାଇକୋର୍ଟ: ଖୋଲିବ କି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ?

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ପୁଣିଥରେ ଆଶା ସଂଚାର ହୋଇଛି। ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ବୁଧବାର ହାଇକୋର୍ଟ ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ କରିଛନ୍ତି। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍‌ଆଇ ଡିଜି ଓ ଏଏସ୍‌ଆଇ ଅଧୀକ୍ଷକଙ୍କୁ ନୋଟିସ କରାଯାଇଛି। ମାମଲାରେ ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ଖବର ଆସିବା ପରେ ଏହାକୁ ଖୋଲିବା ନେଇ ଦାବି ବଢିବାରେ ଲାଗିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୋଣସି ପଦକ୍ଷେପ ନିଷ୍ପତି ନିଆଯାଇନାହିଁ ।