ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଛେଳିର ମାଂସ ଖାଇବା । ଗୋଟିଏ ଛେଳିର ଆଖି ପାଇଁ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଛତିଶଗଡ଼ର ସୁରଜପୁରରେ ଘଟିଥିଲା ଏଭଳି ଏକ ଘଟଣା । । ମନସ୍କାମନା ପୂରଣ ହେବା ପରେ ତିନିଜଣ ଯୁବକ ସାଙ୍ଗରେ ଗୋଟିଏ ଛେଳି ନେଇ ବଳି ଦେଇଥିଲେ । ତେବେ ଛେଳି ମାଂସ ଖାଇବା ସମୟରେ ଜଣେ ଯୁବକଙ୍କର ତଣ୍ଟିରେ ଅଚାନକ ଛେଳିର ଆଖି ଅଟକି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଗର ସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।
ଛେଳିଟି ମରିଯିବା ପରେ ତା’ର ଆତ୍ମା ଜଣେ ଯୁବକଙ୍କର ଜୀବନ ନେଇଯାଇଥିଲା । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ବାଗରଙ୍କ ମୃତ୍ୟୁ ପରେ ଏବେ ସାରା ଗାଁ ଲୋକେ ଭୟରେ ମାଂସ ଖାଇବା ଛାଡ଼ି ଦେଇଛନ୍ତି । ଛେଳିକୁ ବଳି ଦିଆଯିବା ପରେ ତା’ର ମାଂସକୁ ନେଇ ରୋଷେଇ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା । ମାତ୍ର ଏହି ସମୟରେ ଅଚାନକ ବାଗର ଛେଳିର ଆଖିକୁ ନିଜ ପାଟିକୁ ନେଇ ଯାଇଥିଲେ ଓ ତାକୁ ଗିଳିବାକୁ ପ୍ରୟାସ କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଛେଳିର ଆଖିଟି ବାଗରଙ୍କ ତଣ୍ଟିରେ ଲାଖି ଯାଇଥିଲା ।
ବାଗର ଛେଳି ଆଖିକୁ ବାହାରକୁ କାଢ଼ିବା ପାଇଁ ବହୁତ ଚେଷ୍ଟା କରିଥିଲେ, ମାତ୍ର ସେଥିରେ ବିଫଳ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ବାଗରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଏହାପରେ ୫୦ ବର୍ଷୀୟ ବାଗରଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ବଞ୍ଚାଇ ପାରିନଥିଲେ । ତେବେ କଞ୍ଚା ମାଂସ ନ ଖାଇବାକୁ ବାଗରଙ୍କୁ ତାଙ୍କର ବନ୍ଧୁମାନେ ମନା କରିଥିଲେ ହେଁ ସେ ମାନି ନଥିଲେ ।