fbpx

କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ସରକାର ଘୋଷଣା କଲେ ଜିପିଏଫ ସୁଧହାର, ଜାଣନ୍ତୁ ସେପ୍ଟେମ୍ବର ତ୍ରୈୟମାସରେ କେତେ ମିଳିବ ସୁଧ

ନୁଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ସାମାନ୍ୟ ଭବିଷ୍ୟତ ନିଧି(ଜିପିଏଫ୍‌)ରେ ମିଳୁଥିବା ସୁଧ ହାର ବଢିବା ଆଶାରେ ରହିଯାଇଛି । ଅର୍ଥ ମନ୍ତ୍ରଳାୟ ଜିପିଏଫ୍ ଏବଂ ଏହି ଭଳି ଅନ୍ୟାନ୍ୟ ପାଣ୍ଠି ଗୁଡ଼ିକର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ ସୁଧ ହାର ବୃଦ୍ଧି କରି ନାହାନ୍ତି । ଲଗାତାର ୧୫ ଥର ପାଇଁ ଏହିଭଳି ପାଣ୍ଠି ଗୁଡ଼ିକର ସୁଧହାର ବୃଦ୍ଧି ହୋଇନାହିଁ ।

ସାଧାରଣ ଭବିଷ୍ୟତ ନିଧି(ଜିପିଏଫ) କେବଳ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିଥାଏ । ଜିପିଏଫ୍ ମୁତାବକ ସମସ୍ତ କେନ୍ଦ୍ରୀୟ କର୍ମଚାରିଙ୍କୁ ନିଜ ଦରମାର ଏକ ନିଦ୍ଧିଷ୍ଟ ପ୍ରତିଶତ ଜିପିଏଫ୍ ରେ ସଞ୍ଚୟ କରାଯାଇଥାଏ । ଜମା ହୋଇଥିବା ଟଙ୍କା ସୁଧ ସହ ଅବସର ସମୟରେ ମିଳିଥାଏ । ଅର୍ଥ ମନ୍ତ୍ରଳାୟ ପ୍ରତ୍ୟେକ ତ୍ରୈମାସରେ ସୁଧହାର ପରିବର୍ତ୍ତନ କରିଥାଏ ।

ଅର୍ଥ ମନ୍ତ୍ରଳାୟର ବିତ୍ତିୟ ବିଭାଗ(ଡିଇଏ) ବର୍ଷ ୨୦୨୩-୨୪ ବର୍ଷ ପାଇଁ ଜିପିଏଫ୍ ରେ ମିଳୁଥିବା କ୍ରେଡିଟ ଏବଂ ଅନ୍ୟ ସମାନ ପାଣ୍ଠି ଉପରେ ୧,ଜୁଲାଇ ୨୦୨୩ରୁ ୭.୧ ପ୬ତିଶତ ଲାଗୁ କରିଛି । ତେବେ ମନ୍ତ୍ରଳାୟ ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ପାଇଁ ଜିପିଏଫ୍ ସମ୍ବଧିତ ପାଣ୍ଠିରେ କୋଣସି ପରିବର୍ତ୍ତନ କରିନାହିଁ । ଏଥିପାଇଁ ଜିପିଏଫ୍ ସୁଧହାର ସାଧାରଣତଃ ପିପିଏଫ୍ ସୁଧହାର ସହିତ ସମାନ ଅଟେ ।

Get real time updates directly on you device, subscribe now.