fbpx

ବର୍ଷା ଦିନେ ଓଦାଳିଆ ହୋଇଯାଉଛି କି ଚିନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଗୋଟା ଗୋଟା ରହିବ ଚିନି

ବର୍ଷା ଦିନେ ଚିନି ଓ ଲୁଣ ଶୀଘ୍ର ଖରାପ ହୋଇଯାଏ । ବର୍ଷା ଋତୁରେ ଜଳବାୟୁ ଅଧିକ ଆର୍ଦ୍ର ରହୁଥିବା କାରଣରୁ ଏପରି ହୋଇଥାଏ । ଚିନି ଓଦାଳିଆ ହୋଇଯିବାରୁ ଏହା ଡବା ଢାଙ୍କୁଣୀରେ ଲାଖି ରହିଯାଏ ଫଳରେ ଡବାକୁ ଟାଇଟ୍ କରି ବନ୍ଦ କରିହୁଏ ନାହିଁ । ଏହାଦ୍ୱାରା ପିମ୍ପୁଡି ଏହା ମଧ୍ୟକୁ ପ୍ରବେଶ କରିଯାଆନ୍ତି । ଏହି କ୍ରମରେ ବର୍ଷାଦିନେ ଚିନିକୁ କିପରି ଠିକ୍ ଭାବରେ ସାଇତି କରି ରଖିବେ ସେ ସଂପର୍କରେ କିଛି ଟିପ୍ସ ।

୧-ଚାଉଳ ଆର୍ଦ୍ରତାକୁ ଶୁଖାଇ ନେବାରେ ସାହାଯ୍ୟ କରିଥାଏ । ଏଣୁ ଚିନି ଡବାରେ ଚାଉଳର ଏକ ପୁଟୁଳି କିମ୍ବା କିଛି ଚାଉଳ ଦାନା ରଖିଦେବା ଦ୍ୱାରା ଚିନିରୁ ଆର୍ଦ୍ରତା ଟାଣି ନିଏ ।
୨-ଡାଲଚିନି ଆର୍ଦ୍ରତା ଦୂର କରିବା ସହିତ ବିଭିନ୍ନ କୀଟଙ୍କୁ ବି ଦୂରେଇ ରଖିଥାଏ । ଏଣୁ ଚିନି ଡବାରେ ଆପଣ ଡାଲଚିନି ଖଣ୍ଡ ପକାଇ ପାରିବେ ।
୩-ଲବଙ୍ଗରେ ଥିବା ନେଚୁରାଲ୍ ଅଏଲ୍ ସମସ୍ତ ଆର୍ଦ୍ରତାକୁ ଶୋଷି ନେବାରେ ସକ୍ଷମ । ଏଣୁ ଚିନି ଡବାରେ କିଛି ଲବଙ୍ଗ ବି ପକାଇ ଦେଇପାରିବେ ।

Get real time updates directly on you device, subscribe now.