fbpx
BJD SKY
BJD SKY

କେନ୍ଦ୍ରୀୟ କର୍ମଚାରୀମାନେ ଅଫିସ୍ କମ୍ପ୍ୟୁଟରରେ ଖେଳ ଏବଂ ଫିଲ୍ମ ଡାଉନଲୋଡ୍ କରିବା ଉଚିତ୍ ନୁହେଁ, ନିର୍ଦ୍ଦେଶନାମା ଜାରି କଲା ଆଇଟି ମନ୍ତ୍ରଣାଳୟ

BJD

ନୁଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଳାୟ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଅଫିସ୍ କମ୍ପ୍ୟୁଟରରେ ଗେମ୍‌, ଫିଲ୍ମ ଏବଂ ମନୋରଞ୍ଜନ ପାଇଁ ଅନ୍ୟାନ୍ୟ ସାଇଟ୍ସ ଖୋଲିବା ଏବଂ ଡାଉନଲୋଡ ନକରିବାକୁ ପରାମର୍ଷ ଦେଇଛି । କର୍ମଚାରୀମାନଙ୍କୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ନେଟୱାର୍କିଂ ସାଇଟରେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସେୟାର କରିବା ସୀମିତ କରିବାକୁ କୁହାଯାଇଛି । ଦେଶର ୮୦ କୋଟିରୁ ଅଧିକ ଡିଜିଟାଲ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସରକାରଙ୍କ ପାଖରେ ବିଭିନ୍ନ ରୂପରେ ଲୋକମାନଙ୍କର ଡିଜିଟାଲ ତଥ୍ୟ ସରକାରୀ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସରେ ରହିଥାଏ, ଯାହାକୁ ହ୍ୟାକ୍ କରି ଏହି ତଥ୍ୟ ସବୁ ହ୍ୟାକରମାନେ ଚୋରାଇ ପାରନ୍ତି । ତେଣୁ କୌଣସି ପ୍ରକାର ହ୍ୟାକିଂ ଏବଂ ତଥ୍ୟ ଚୋରିରୁ ବର୍ତ୍ତିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଳାୟ ଅଧିନରେ କାମ କରୁଥିବା ସଂସ୍ଥା ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସର୍ଟ) କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସାଇବର ସୁରକ୍ଷା ନିୟମ ସ୍ଥିର କରିଛି ।

ମନ୍ତ୍ରଳାୟର କହିବା ଅନୁସାରେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଭଳି ଭଳି ବିଭିନ୍ନ କ୍ଷେତ୍ର ଡିଜିଟାଲ ହୋଇସାରିଛି । ବର୍ଷ ୨୦୨୫ ସୁଦ୍ଧା ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏକ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ପହଞ୍ଚିଯିବ । ଏଭଳି କ୍ଷେତ୍ରରେ ସାଇବର ସୁରକ୍ଷାକୁ ନେଇ କଡ଼ା ନିୟମର ଆବଶ୍ୟକତା ରହିଛି । ସର୍ଟ ଅନୁସାରେ ସରକାରୀ କର୍ମଚାରୀମାନେ ସାମାଜିକ ଗଣମାଧ୍ୟମରେ ସମ୍ପୁର୍ଣ୍ଣ ଯାଞ୍ଚ କରିବା ପରେ ବନ୍ଧୁତ୍ୱ ଗ୍ରହଣ କରିବା ଉଚିତ୍ ।

କର୍ମଚାରୀମାନେ ସୋସିଆଲ ମିଡିଆରେ ସରକାରୀ କାଗଜପତ୍ର କିମ୍ବା କୌଣସି ପ୍ରକାରର ସରକାରୀ ସୂଚନା ପୋଷ୍ଟ କିମ୍ବା ସେୟାର କରିବା ଉଚିତ ନୁହେଁ । ସେ ସୋସିଆଲ ମିଡିଆରେ ତାଙ୍କର ଅଫିସିଆଲ୍ ଇମେଲ୍ ଆଇଡି ମଧ୍ୟ ସେୟାର କରିବା ଉଚିତ୍ ନୁହେଁ । ଆପଣ ପ୍ରତି ୧୨୦ ଦିନ ପୂର୍ବରୁ ଆପଣଙ୍କର ପାସୱାର୍ଡ ପରିବର୍ତ୍ତନ କରିବା ଉଚିତ ଏବଂ ପୁରୁଣା ପାସୱାର୍ଡ ପୁନରାବୃତ୍ତି କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.